୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ମୁମ୍ବାଇରେ ଏକତ୍ରିତ ହୋଇ ପ୍ରତିଶ୍ରୁତି ପୂରଣ ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଘେରିଲେ

ମୁମ୍ବାଇ: ମରୁଡ଼ି ଓ ଋଣଜନ୍ତାରେ ଛନ୍ଦି ହୋଇପଡ଼ିଥିବା ମହାରାଷ୍ଟ୍ରର ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ଆଜି (ଗୁରୁବାର) ମୁମ୍ବାଇର ଆଜାଦ୍‌ ମଇଦାନରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେମାନଙ୍କର ଦାବୀ ସମୂହର ଆଶୁ ପୂରଣ ଓ ସମାଧାନ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ୍‌ଙ୍କୁ ଅନୁରୋଧ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗତ ଦୁଇଦିନ ତଳୁ ପଦଯାତ୍ରାରେ ମୁମ୍ବାଇର ଆଜାଦ୍‌ ମଇଦାନ ଅଭିମୁଖେ ବହାରିଥିବା ୧୦ରୁ ଉର୍ଦ୍ଧ୍ୱ ଚାଷୀ ଆଜି ପ୍ରାୟ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆଜିଦ୍‌ ମଇଦାନରେ ପହଞ୍ଚିଥିଲେ। ସେଠାରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ବିକ୍ଷୋଭ ସମବେଶର ଆୟୋଜନ କରିଥିଲେ।

ପରେ ଚାଷୀମାନଙ୍କର ଏକ ୩୦ ଜଣିଆ ପ୍ରତିନିଧି ମଣ୍ଡଳୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନାଭିସ୍‌ଙ୍କ ନିକଟକୁ ଯାଇ ସେମାନଙ୍କର ଦାବୀ ସମୂହର ଆଶୁ ପୂରଣ ଓ ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିଥିଲେ। ଏହି ଅବସରରେ ସେମାନେ ୨୦୧୭ର ପ୍ରତିଶ୍ରୁତି ଅନୁଯାୟୀ ମରୁଡ଼ି ଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କର ଋଣଛାଡ଼ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଏମ୍‌ଏସ୍‌ ସ୍ୱାମୀନାଥନ୍‌ କମିଶନର ସୁପାରିଶ ଅନୁଯାୟୀ କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟକୁ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଦାବୀ କରିଥିଲେ।

ସମ୍ବନ୍ଧିତ ଖବର