ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୫୩୫; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୧୦,୯୫୬

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୯୭୫୩୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୭୧୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୮୪୯୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୧୮୪୨ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୮୦ ଜଣ, ଆସାମରେ ୬ ଜଣ, ବିହାରରେ ୩୬ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୧୦୮୫ ଜଣ, ଗୁଜରାଟରେ ୧୩୮୫ ଜଣ, ହରିୟାଣାରେ ୬୪ ଜଣ, ହିମାଚଳ ପ୍ରଦେଶରେ ୬ ଜଣ, ଜମ୍ମୁ ଓ କଶ୍ମୀରରେ ୫୨ ଜଣ, ଝାଡ଼ଖଣ୍ଡରେ ୮ ଜଣ, କର୍ଣ୍ଣାଟକରେ ୭୨ ଜଣ, କେରଳରେ ୧୮ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୪୩୧ ଜଣ, ମହାରାଷ୍ଟ୍ରରେ ୩୫୯୦ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୯ ଜଣ, ପଞ୍ଜାବରେ ୫୯ ଜଣ, ରାଜସ୍ଥାନରେ ୨୬୫ ଜଣ, ତାମିଲନାଡୁରେ ୩୪୯ ଜଣ, ତେଲେଙ୍ଗାନାରେ ୧୬୫ ଜଣ, ତ୍ରିପୁରାରେ ୧ଜଣ, ଉତ୍ତରାଖଣ୍ଡରେ ୧୫ ଜଣ, ଉତ୍ତରପ୍ରଦେଶରେ ୩୪୫ ଜଣ ଏବଂ ପଶ୍ଚମବଙ୍ଗରେ ୪୪୨ ଜଣ।

Image Courtesy of Hindustan Times

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୮), ଆନ୍ଧ୍ରପ୍ରଦେଶ (୫୪୨୯), ଅରୁଣାଚଳ ପ୍ରଦେଶ (୬୧), ଆସାମ (୩୩୧୯), ବିହାର (୫୯୮୩), ଚଣ୍ଡିଗଡ଼ (୩୩୨), ଛତିଶଗଡ଼ (୧୩୯୮), ଦାଦର ନଗର ହାୱେଲି (୩୦) ଜଣ, ଦିଲ୍ଲୀ (୩୪୬୮୭), ଗୋଆ (୪୧୭), ଗୁଜରାଟ (୨୨୦୩୨), ହରିୟାଣା (୫୯୬୮), ହିମାଚଳ ପ୍ରଦେଶ (୪୭୦), ଜମ୍ମୁ ଓ କଶ୍ମୀର (୪୫୭୪), ଝାଡ଼ଖଣ୍ଡ (୧୫୯୯) କର୍ଣ୍ଣାଟକ (୬୨୪୫), କେରଳ (୨୨୪୪), ଲଦାଖ (୧୩୫), ମଧ୍ୟପ୍ରଦେଶ (୧୦୨୪୧), ମହାରାଷ୍ଟ୍ର (୯୭୬୪୮), ମଣିପୁର (୩୬୬), ମେଘାଳୟ (୪୪), ମିଜୋରାମ (୧୦୨), ନାଗାଲାଣ୍ଡ (୧୨୮),  ଓଡ଼ିଶା (୩୩୮୬), ପୁଦ୍ଦୁଚେରୀ (୧୫୭), ପଞ୍ଜାବ (୨୮୮୭), ରାଜସ୍ଥାନ (୧୧୮୩୮), ସିକିମ୍ (୧୪), ତାମିଲନାଡୁ (୩୮୭୧୬), ତେଲେଙ୍ଗାନା (୪୩୨୦), ତ୍ରିପୁରା (୯୧୩), ଉତ୍ତରାଖଣ୍ଡ (୧୬୪୩), ଉତ୍ତରପ୍ରଦେଶ (୧୨୦୮୮) ଓ ପଶ୍ଚିମବଙ୍ଗ (୯୭୬୮)।

Image Courtesy of Hindustan Times

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୦୪୮), ଅରୁଣାଚଳ ପ୍ରଦେଶ (୪), ଆସାମ (୧୪୩୨), ବିହାର (୩୨୬୬), ଚଣ୍ଡିଗଡ଼ (୨୮୬), ଛତିଶଗଡ଼ (୪୪୭), ଦାଦର ନଗର ହାୱେଲି (୨), ଦିଲ୍ଲୀ (୧୨୭୩୧), ଗୋଆ (୬୭), ଗୁଜରାଟ (୧୫୧୦୧), ହରିୟାଣା (୨୨୬୦), ହିମାଚଳ ପ୍ରଦେଶ (୨୮୦), ଜମ୍ମୁ ଓ କଶ୍ମୀର (୧୮୨୦), ଝାଡ଼ଖଣ୍ଡ (୬୩୦), କର୍ଣ୍ଣାଟକ (୨୯୭୭), କେରଳ (୯୬୮), ଲଦାଖ (୫୪), ମଧ୍ୟପ୍ରଦେଶ (୭୦୪୨), ମହାରାଷ୍ଟ୍ର (୪୬୦୭୮), ମଣିପୁର (୭୩), ମେଘାଳୟ (୧୮), ମିଜୋରାମ (୧) ନାଗାଲାଣ୍ଡ୍ (୨୨), ଓଡ଼ିଶା (୨୩୫୪), ପୁଦ୍ଦୁଚେରୀ (୬୭), ପଞ୍ଜାବ (୨୨୫୯), ରାଜସ୍ଥାନ (୮୭୭୫), ସିକିମ୍‌ (୨), ତାମିଲନାଡୁ (୨୦୭୦୫), ତେଲେଙ୍ଗାନା (୧୯୯୩), ତ୍ରିପୁରା (୨୭୮), ଉତ୍ତରାଖଣ୍ଡ (୮୪୨), ଉତ୍ତରପ୍ରଦେଶ (୭୨୯୨) ଓ ପଶ୍ଚିମବଙ୍ଗ (୩୯୮୮) ।

 

 

ସମ୍ବନ୍ଧିତ ଖବର