ଚନ୍ଦ୍ରପୃଷ୍ଠରୁ ୧୦୦ ମିଟର ଉପରେ ଥାଇ ଚୂଡ଼ାନ୍ତ ଅବତରଣ ସ୍ଥାନ ନିରୂପଣ କରିବ ବିକ୍ରମ

ବେଙ୍ଗାଲୁରୁ: ପୃଥିବୀ ଛାଡ଼ିବାର ୪୭ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ବିକ୍ରମ ଶନିବାର ରାତି ୧: ୩୦ ରୁ ଅପରାହ୍ଣ ୨: ୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରୁ ୧୦୦ ମିଟର ଊର୍ଦ୍ଧ୍ୱରେ ଥାଇ ଠିକଣା ଅବତରଣ ସ୍ଥାନ ନିରୂପଣ କରିବ। ଯଦି ସବୁ ଠିକ୍‌ଠାକ୍‌ ୁଚାଲେ ଏହା ୭୮ ସେକେଣ୍ଡ୍‌ ପରେ ଚନ୍ଦ୍ରପୃଷ୍ଠ ସ୍ପର୍ଶ।

ଇସ୍ରୋ ଗୋଟାଏ ମୁଖ୍ୟ ଏବଂ ଅନ୍ୟ ଗୋଟିଏ ସ୍ୱଳ୍ପ ଗୁରୁତ୍ୱପୂର୍ଣ୍ଣ ଅବତରଣ ସ୍ଥଳ ଚୟନ କରିଛି। ବିକ୍ରମ ସେ ମୁଖ୍ୟ ଅବତରଣ ସ୍ଥଳରେ ପହଞ୍ଚିବ। ଏହି ସ୍ଥଳରେ ଦୁଇଟି ଅବତରଣ ଜୋନ୍‌ ରହିଛି। ଇସ୍ରୋର ଜଣେ ବୈଜ୍ଞାନିକ କହିଛନ୍ତି: ଡାଟା ଅନୁଶୀଳନ କରିବା ପରେ ଏହି ଅବତରଣସ୍ଥଳ ମଧ୍ୟରୁ ବିକ୍ରମ ଗୋଟିକୁ ଚୟନ କରିବ।

Image Source: Times of India

ଚନ୍ଦ୍ରର ଦକ୍ଷିଣମେରୁ ଠାରୁ ପ୍ରାୟ ୩୫୦ କିଲୋମିଟର ଦୂର ଚନ୍ଦ୍ରର ଦୁଇ ଗହ୍ଵର ମାଞ୍ଜିନସ୍‌ ଏବଂ ସିମ୍ପେଲିଅସ୍‌ ମଧ୍ୟରେ ଚନ୍ଦ୍ରଯାନ-୨ର ଅବତରଣସ୍ଥଳୀ ନିର୍ଣ୍ଣୟ କରାଯାଇଛି।

୧. ୬ କିଲୋମିଟର ବ୍ୟବଧାନରେ ୫୦୦ x ୫୦୦ ଆକାରର ଦୁଇଟି ପୃଥକ୍‌ ଜୋନ୍‌ରେ ବିକ୍ରମ ଅବତରଣ କରିବ।

ଚନ୍ଦ୍ରପୃଷ୍ଠରେ ସଫ୍‌ଟ୍‌-ଲ୍ୟାଣ୍ଡିଙ୍ଗ୍‌ ସଫଳ ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ହେବ ଏପରି ଅବତରଣ କରାଇବାରେ ଚତୁର୍ଥ ରାଷ୍ଟ୍ର। ଏଯାବତ୍‌ ସମୁଦାୟ ଚନ୍ଦ୍ରାବତରଣର ମାତ୍ର ୩୭% ଉଦ୍ୟମ ସଫଳ ହୋଇଛି।

ସମ୍ବନ୍ଧିତ ଖବର