ଦେଶରେ ୨୪ ଘଣ୍ଟାରେ ୧୦,୧୨୬ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୧୦,୧୨୬ ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ଗତ ୨୬୬ ଦିନରେ ଅର୍ଥାତ ମାର୍ଚ୍ଚ ୧୬ଠାରୁ ସର୍ବନିମ୍ନ ଦୈନିକ ସଂକ୍ରମଣ ବୋଲି ଜଣାପଡ଼ିଛି । ସେହିପରି ଗତ ୨୪ ଘଣ୍ଟାରେ ୩୩୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ  ଭାରତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୩୭୭୧୧୩ରେ ପହଞ୍ଚିଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୬୩୮ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୪୬୧୩୮୯ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।

ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଦେଶର ସବୁ ପ୍ରାପ୍ତବୟସ୍କ ସଂପୂର୍ଣ୍ଣଭାବେ ଦୁଇଟି ଡୋଜ ଟିକା ପାଇବା ସମ୍ଭବ ହୋଇନପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହି ସମୟ ସୁଦ୍ଧା ସମସ୍ତଙ୍କ ପାଇଁ ଦୁଇଟି ଡୋଜ ଟିକା ଉପଲବ୍ଧ ଥିଲେ ବି ୩୧ ଡିସେମ୍ବର ସୁଦ୍ଧା ସମସ୍ତ ୯୪ କୋଟି ପ୍ରାପ୍ତବୟସ୍କଙ୍କୁ ଟିକା ଦିଆଯାଇନପାରେ ବୋଲି ଉକ୍ତ ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶରେ ଏପର୍ଯ୍ୟନ୍ତ ୭୪ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ତେବେ ମାତ୍ର ୩୫ କୋଟି ଲୋକ ଦୁଇଟିଯାକ ଡୋଜ ଟିକା ନେଇଛନ୍ତି ।

 

ସମ୍ବନ୍ଧିତ ଖବର