ଜୁନ ୬ ସୁଦ୍ଧା କାଶ୍ମୀରରେ ୧୦୩ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା : ରିପୋର୍ଟ
ନୂଆଦିଲ୍ଲୀ : ଚଳିତ ବର୍ଷ ଏପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନା ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି । ଜୁନ ୬ ସୁଦ୍ଧା ମୋଟ ୧୦୩ ଜଣ ଆତଙ୍କବାଦୀଙ୍କୁ ମାରିଦିଆଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି । ଏହି ସମୟ ସୁଦ୍ଧା ପାକିସ୍ତାନ ପ୍ରାୟ ୧୧୭୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି । ଗତ ବର୍ଷ ଅର୍ଥାତ ୨୦୧୮ରେ ସେନା ୨୫୪ ଆତଙ୍କବାଦୀଙ୍କ ନିପାତ କରିଥିଲା । ତେବେ ଚଳିତ ବର୍ଷ ଏହି ସଂଖ୍ୟା ଆାହୁରି ବଢିବାର ସମ୍ଭାବନା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଅମିତ ଶାହା ଗୃହମନ୍ତ୍ରୀ ହେବା ପରେ ୧୦ ଜଣ ଆତଙ୍କବାଦୀ କମାଣ୍ଡରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ।ଏହି ତାଲିକାରେ ଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ରିଆଜ ନାଇକୋ, ଲସ୍କର-ଇ-ତୋଇବାର ଡିଷ୍ଟ୍ରିକ୍ଟ କମାଣ୍ଡର ଓ୍ଵାସିମ ଅହମ୍ମଦ ଓରଫ ଓସାମା ଓହିଜବୁଲର ଅସରଫ ମୌଲବୀ । ଏହି ତାଲିକାରେ ଥିବା ଆଉ କେତେକ ଆତଙ୍କବାଦୀ ହେଲେ ହିଜବୁଲର ମେହରାଜୁଦ୍ଦିନ, ଡଃ ସଇଫୁଲିଲା ମୀର, ହିଜବୁଲର ଅସ୍ରଫ ଉଲ ହକ, ଜୈସ-ଇ-ମହମ୍ମଦର ହାଫିଜ ଓମାର ଓ ଜାହିଦ ଶେଖ । ଏମାନଙ୍କୁ ଖୋଜି ଖୋଜି ନିପାତ କରାଯିବ ।