ଜେନେଭା: ସୁଇଜର୍ଲାଣ୍ଡ ଆସିଥିବା ଜଣେ ୧୦୪ ବର୍ଷିୟ ଅଷ୍ଟ୍ରେଲୀୟ ବୈଜ୍ଞାନିକ ଡାକ୍ତରଙ୍କ ସହାୟତାରେ ଆତ୍ମହତ୍ୟା କରିଛନ୍ତି ବୋଲି ଏକ ସୁଇସ୍ ଫାଉଣ୍ଡେସନ୍ ଗୁରୁବାର ଦିନ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ ଦେଶରେ ଡାକ୍ତରଙ୍କ ସହାୟତାରେ ଆତ୍ମହତ୍ୟା କରିବାକୁ ବିରୋଧରେ ସମ୍ମୁଖୀନ ହୋଇଥିବା ଡେଭିଡ୍ ଗୁଡ୍ଅଲ୍ଙ୍କର କୌଣସି ମାରାତ୍ମକ ବେମାରି ନ ଥିଲା। କିନ୍ତୁ, ତାଙ୍କ ଜୀବନମାନ ଉଲ୍ଲେଖଯୋଗ୍ୟ ଭାବେ ନିମ୍ନଗାମୀ ହୋଇ ଯାଇଥିବାରୁ ସେ ମରିବାକୁ ଚାହିଁଥିଲେ।
ବାସେଲ୍ରେ ଗୁଡ୍ଅଲ୍ ଶାନ୍ତିରେ ମରିଛନ୍ତି ବୋଲି ଏକ୍ଜିଟ୍ ଇଣ୍ଟର୍ନେସ୍ନାଲ୍ର ସଂସ୍ଥାପକ ଫିଲିପ୍ ନିସ୍କେ ଟୁଇଟ୍ କରିଛନ୍ତି। ଏହି ସଂସ୍ଥାନ ଅଷ୍ଟ୍ରେଲିୟାରୁ ଗୁଡ୍ଅଲ୍ଙ୍କ ଯାତ୍ରାରେ ସହାୟତା କରିଥିଲା।
ଲାଇଫ୍ ସାଇକ୍ଲ କ୍ଲିନିକ୍ରେ ବାର୍ବିଟ୍ୟୁରେଟ୍ ଜାତୀୟ ଔଷଧ ନେମ୍ବୁଟାଲ୍ ସାଲାଇନ୍ରେ ମିଶାଯାଇ ନାଡ଼ୀରେ ଇଞ୍ଜେକ୍ଟ୍ କରାଯିବାରୁ (ସମୟ: ୧୦୩୦ ଜିଏମ୍ଟି) ତାଙ୍କର ମୃତ୍ୟୁଘଟିଛି ବୋଲି ସେ କହିଛନ୍ତି।
ପର୍ଥ ଅନ୍ତର୍ଗତ ଏଡିଥ୍ କାଓଓ୍ଵାନ୍ ୟୁନିଭର୍ସିଟିର ଅନରାରି ରିସର୍ଚ ଆସୋସିଏଟ୍ ଗୁଡ୍ଅଲ୍ ଗୋଟିଏ ସପ୍ତାହ ତଳେ ଅଷ୍ଟ୍ରେଲିଆରୁ ବାହାରି ନିଜର ପରିବାରବର୍ଗଙ୍କୁ ଭେଟିବାକୁ ଫ୍ରାନ୍ସ୍ର ବୋର୍ଡି୍ୟୁକ୍ସ୍ରେ ଅଟକି ଥିଲେ। ସେଠାରୁ ଯାଇ ସୋମବାର ଦିନ ବାସେଲ୍ରେ ପହଞ୍ଚିଲେ।
ବୁଧବାର ଦିନ ଗୁଡ୍ଅଲ୍ ସାମ୍ବାଦିକମାନଙ୍କୁ କହିଲେ: ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ।
ଆସନ୍ତାକାଲି ମରିବାକୁ ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ। ତାହା ସମ୍ଭବ କରାଇଥିବାରୁ କାରଣରୁ ମୁଁ ଡାକ୍ତରମାନଙ୍କୁ ସହଯୋଗକୁ ପ୍ରଶଂସା କରୁଛି।
୧୦୪ ବର୍ଷିୟ ଗୁଡ୍ଅଲ୍ କହିଲେ ଯେ ତାଙ୍କର ଆଶା ଏହି ଘଟଣା ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ସେମାନଙ୍କ ଆଇନ୍ରେ ପରିବର୍ତ୍ତନ ଆଣିବାକୁ ବିଚାର ଯୋଗାଇବ।
ମୁଁ ଅଷ୍ଟ୍ରେଲିଆରେ ମରିବାକୁ ଚାହୁଁଥିଲି। ମୋର ଦୁଃଖ ମରଣ ପାଇଁ ଅଧିକାର କ୍ଷେତ୍ରରେ ଅଷ୍ଟ୍ରେଲିଆ ସୁଇଜର୍ଲାଣ୍ଡ୍ ଠାରୁ ପଛରେ ରହିଛି।
ଏ ବର୍ଷ ଆଦ୍ୟରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହେବାରୁ ବେସେଲ୍ସ୍ଥିତ ଏହି ଫାଉଣ୍ଡେସନ୍ ସହ ଫାଷ୍ଟ୍-ଟ୍ରାକ୍ ଆପଏଣ୍ଟ୍ମେଣ୍ଟ୍ ହାସଲ କରିଥିଲେ।