ତିରୁଅନନ୍ତରପୁରମ : ୧୦୪ ବର୍ଷୀୟା ବୃଦ୍ଧାଙ୍କ ମେଧା ଏବଂ ଇଚ୍ଛାଶକ୍ତି ଏବେ ଚର୍ଚ୍ଚାକୁ ଆସିଛି। କେରଳ ସାକ୍ଷରତା ମିସନ ପରୀକ୍ଷାରେ କୋଟାୟାମର ଏହି ୧୦୪ ବର୍ଷୀୟା ମହିଳା କୁଟିଆମ୍ମା ୧୦୦ରୁ ୮୯ ନମ୍ବର ରଖିଛନ୍ତି। କେରଳ ଶିକ୍ଷାମନ୍ତ୍ରୀ ଏହି ମହିଳାଙ୍କ ଫଟୋ ସହ ତାଙ୍କ ସଫଳତା ସଂପର୍କରେ ଟ୍ବିଟ୍ କରିଛନ୍ତି। ଲେଖାପଢ଼ା ପାଇଁ କୌଣସି ବୟସ ଯେ ନିର୍ଦ୍ଧାରିତ ନଥାଏ ତାହା କୁଟିଆମ୍ମା ପ୍ରମାଣିତ କରିଛନ୍ତି। କୁଟିଆମ୍ମା କେବେ ବି ସ୍କୁଲ ଯାଇନାହାନ୍ତି, କିନ୍ତୁ ସେ ପଢ଼ି ପାରନ୍ତି। ଲେଖାଲେଖି ଆଦୌଁ ଶିଖି ନଥିବାରୁ ସାକ୍ଷରତା ମିସନ ମାଧ୍ୟମରେ ସେ ପ୍ରଥମେ ଲେଖିବା ଶିଖିଥିଲେ ଓ ପରୀକ୍ଷା ଦେଇଥିଲେ।
୧୦୪ ବର୍ଷୀୟ ବୃଦ୍ଧା ପରୀକ୍ଷାରେ ୮୯% ମାର୍କ ରଖିଲେ
/sambad/media/post_attachments/wp-content/uploads/2021/11/keral.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)