ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ୧୦୭ଟି କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଗତ ୬ ମାସ ମଧ୍ୟରେ ଏହା ସର୍ବାଧିକ ମାମଲା ବୋଲି ଜଣାପଡ଼ିଛି। ଜୁନ୍ ୨୫ରେ ଦିଲ୍ଲୀରେ ୧୧୫ଟି ମାମଲା ଚିହ୍ନଟ ହୋଇଥିଲା। ଓମିକ୍ରନ୍ ଆତଙ୍କ ଭିତରେ ଦିଲ୍ଲୀରେ ଏଭଳି ସଂକ୍ରମଣ ବଢ଼ିବାରୁ ସରକାର ତତ୍ପର ହୋଇଉଠିଛନ୍ତି। ବିଗତ ୧୦ ଦିନ ମଧ୍ୟରେ ଆଜି ଦିଲ୍ଲୀରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ଦିଲ୍ଲୀରେ ଏବେ ୫୪୦ ସକ୍ରିୟ କୋଭିଡ୍ ରୋଗୀ ରହିଥିବା ବେଳେ ୨୫୫ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀରେ ମୋଟ୍ କୋଭିଡ୍ ମାମଲା ୧୪,୪୨,୧୯୭ରେ ପହଞ୍ଚିଥିବା ବେଳେ ୧୪.୧୬ ଲକ୍ଷ ଲୋକ କୋଭିଡ୍ରୁ ସୁସ୍ଥ ହୋଇଛନ୍ତି।
ଦିଲ୍ଲୀରେ ୧୦୭ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ: ୬ ମାସରେ ସର୍ବାଧିକ, ୧୦ ଦିନରେ ପ୍ରଥମ ମୃତ୍ୟୁ
/sambad/media/post_attachments/wp-content/uploads/2021/12/corona-ad.jpg)