୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ

ବେଙ୍ଗାଲୁରୁ: ବିଜ୍ଞାନ ଓ ପ୍ରଯୁକ୍ତି ଉପରେ ନୂତନ ଭାରତର ଅଭିବୃଦ୍ଧି ନିର୍ଭରଶୀଳ। ବେଙ୍ଗାଲୁରୁସ୍ଥିତ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟଠାରେ ଆଜି ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଏଥିସହିତ, ଗ୍ରାମୀଣ ବିକାଶ ‌େକ୍ଷତ୍ରରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ଉଦ୍‌ଘାଟନ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉପଲବ୍ଧି ଉପରେ ହିଁ ଭାରତର ଅଭିବୃଦ୍ଧି ନିର୍ଭରଶୀଳ । ଭାରତୀୟ ବିଜ୍ଞାନ ପ୍ରଯୁକ୍ତି ଓ ନବୋନ୍ମେଷ ପରିଦୃଶ୍ୟରେ ବୈପ୍ଳବାତ୍ମକ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ।‘ଏ ଦେଶର ଉଦୀୟମାନ ଯୁବ ବିଜ୍ଞାନୀଙ୍କ ଲାଗି ଲକ୍ଷ୍ୟହେଉଛି –ଉଦ୍ଭାବନ, ପେଟେଣ୍ଟ, ଉତ୍ପାଦନ ଏବଂ ସମୃଦ୍ଧି।’ ଏହି ଚାରିଟି ପଦକ୍ଷେପ ଭାରତକୁ ଦ୍ରୁତ ଅଭିବୃଦ୍ଧି ଦିଗରେ ଆଗେଇନେବ। ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା ଉଦ୍ଭାବନ ହେଉଛି ଆମ ନୂତନ ଭାରତର ମାର୍ଗ,’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ଭାରତ ପ୍ରଯୁକ୍ତି ଏବଂ ତାର୍କିକ ମନୋଭାବ ଚାହେଁ। ଫଳରେ ଆମେ ଆମ ସାମାଜିକଏବଂ ଅର୍ଥନୈତିକ କ୍ଷେତ୍ରକୁ ଏକ ନୂଆ ଦିଗ ଦେଇପାରିବା। ବିଜ୍ଞାନ ଏବଂ ପ୍ରଯୁକ୍ତି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗ ଯୋଗାଇ ଦେବାରେ କ୍ଷେତ୍ର ପ୍ରସ୍ତୁତ କରିଥାଏ ଏବଂ ସମାଜକୁ ଯୋଡ଼ିବା ଦିଗରେ କାର୍ଯ୍ୟ କରିଥାଏ ।“ବର୍ତମାନ ସମୟରେ ସୂଚନା ଏବଂ ସଂଚାର ପ୍ରଯୁକ୍ତିର ବିକାଶ ଫଳରେ ସମସ୍ତେ ଶସ୍ତା ଦରରେ ସ୍ମାର୍ଟଫୋନ ଏବଂ ଶସ୍ତା ଡାଟା ପାଇପାରୁଛନ୍ତି। ଏହା ଦେଶରେ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରୁଛି, ପୂର୍ବରୁ ଏହାମାତ୍ର କିଛି ଲୋକଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଥିଲା । ଏହାଦ୍ୱାରା ସାଧାରଣ ଲୋକର ମନରେ ବିଶ୍ୱାସ ଜନ୍ମିଛି ଯେ ସେ ସରକାରଙ୍କଠାରୁ ବେଶୀ ଦୂରରେ ନାହିଁ । ଏବେ ସେ ସିଧାସଳଖ ସରକାରଙ୍କ ସହ ଯୋଡ଼ି ହୋଇପାରିବ ଏବଂ ତା’ କଥା ଶୁଣାଯାଇ ପାରିବ ।” ପ୍ରଧାନମନ୍ତ୍ରୀ ଏହା କହିବା ସହିତ ଏହି ଅବସରରେ ଯୁବ ବୈଜ୍ଞାନିକମାନଙ୍କୁ ଗ୍ରାମୀଣ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆହ୍ୱାନ କରିଛନ୍ତି। ଜାତୀୟ କଂଗ୍ରେସର ବିଷୟବସ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି :ଗ୍ରାମୀଣବିକାଶ” ସମ୍ପର୍କରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କେବଳ ବିଜ୍ଞାନ ଓ ପ୍ରଯୁକ୍ତି କାରଣରୁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚି ପାରିଛି । ବିଶ୍ୱସ୍ତରରେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟା ଦୃଷ୍ଟିରୁ ଭାରତ ବର୍ତମାନ ତୃତୀୟ ସ୍ଥାନରେ ରହିଛି । ‘ ମୁଁ ଜାଣିବାକୁ ପାଇଛି ଯେ ବିଶ୍ଳେଷଣାତ୍ମକ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରକାଶନୀ ସଂଖ୍ୟାରେ ଭାରତସାରା ବିଶ୍ୱରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସାରାବିଶ୍ୱରେ ଏହି ଅଭିବୃଦ୍ଧିହାର ମାତ୍ର ୪% ରହିଥିବାବେଳେ ଭାରତ ୧୦% ହାରରେଏହି କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରୁଛି। ୫୦ ବର୍ଷ ତୁଳନାରେ ଗତ ୫ ବର୍ଷ ମଧ୍ୟରେ ସରକାରଙ୍କ କାର୍ଯ୍ୟକ୍ରମ ଅଧିକ ଇନକ୍ୟୁବେଟର ସୃଷ୍ଟି କରିଛି ,’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ‘ଇଜ ଅଫ ଡୁଇଂସାଇନ୍ସ’ (ବିଜ୍ଞାନକୁ ଅଧିକ ମହତ୍ୱ ଦେବା)କୁ ସୁନିଶ୍ଚିତ କରିବା ଏବଂ ନାଲିଫିତାର ପ୍ରଭାବ ହ୍ରାସ ଲାଗି ପ୍ରଯୁକ୍ତିର ପ୍ରଭାବୀ ଉପଯୋଗ ଦିଗରେ ପ୍ରୟାସ ଜାରି ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀମୋଦୀ ଏହି ଅବସରରେ ଆଇ-ଷ୍ଟେମ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର