ରାକ୍ଷୀଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା

ନୂଅାଦିଲ୍ଲୀ : ଭାରତ‌େର ‘ମି ଠୁ’ ଅଭିଯାନକୁ ଜୋରଦାର କରିଥିବା ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ରାକ୍ଷୀ ସାୱନ୍ତଙ୍କ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ଆଣିଛନ୍ତି। ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିବା ପରେ ରାକ୍ଷୀ ତନୁଶ୍ରୀଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ‌େଯ ତନୁଶ୍ରୀ କେବଳ ପବ୍ଲିସିଟି ପାଇଁ ଏମିତି କରୁଛନ୍ତି। ନାନା ପାଟେକରଙ୍କ ବି‌େରାଧରେ ଆସିଥିବା ଅଭିଯୋଗ ମିଥ୍ୟା। ତନୁଶ୍ରୀ ଦତ୍ତା ପାଗଳ ହୋଇ ଯାଇଛନ୍ତି ଏବଂ ସେ ଗତ ୧୦ ବର୍ଷ ହେବ କୋମାରେ ଥିଲେ।

ସମ୍ବନ୍ଧିତ ଖବର