ନୂଆଦିଲ୍ଲୀ: ଛାତ୍ର-ଛାତ୍ରୀମାନଙ୍କର ବିଶ୍ଲେଷଣ କରିବାର କ୍ଷମତା ଓ ସୃଜନଶୀଳତାକୁ ବଢ଼ାଇବା ପାଇଁ ସିବିଏସ୍ଇ ବୋର୍ଡ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ୨୦୨୩ ପରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଶୈଳୀ ବଦଳିଯିବ। ଏବେ ଯେଉଁ ଶୈଳୀରେ ଛାତ୍ର-ଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି, ୨୦୨୩ରେ ଶୈଳୀକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦିଆଯିବ। ପ୍ରଶ୍ନପତ୍ରର ଶୈଳୀରେ ବଡ଼ ପରିବର୍ତ୍ତନ ଅଣାଯିବ ବୋଲି କହିଛନ୍ତି ସିବିଏସଇର ସଚିବ ଅନୁରାଗ ତ୍ରିପାଠୀ। ଭାରତୀୟ ବାଣିଜ୍ୟ ଓ ଉଦ୍ୟେଗ ମଣ୍ଡଳ ଦ୍ବାରା ଆୟୋଜିତ ଶିକ୍ଷା ଶିଖର ସମ୍ମିଳନୀରେ ସିବିଏସଇର ସଚିବ ଅନୁରାଗ ତ୍ରିପାଠୀ ଯୋଗ ଦେଇ ପରିବର୍ତ୍ତନ ବିଷୟରେ ଘୋଷଣା କରିଛନ୍ତି।

Advertisment

Image result for cbse-to-change-10th-and-12th-exam-papers-by-2023 Newsd

ତାଙ୍କ କହିବା ଅନୁଯାୟୀ, ଏବେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ର-ଛାତ୍ରୀମାନଙ୍କ ପ୍ରଶ୍ନପତ୍ରରେ ୨୦ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହୁଥିବା ବେଳେ ୧୦ପ୍ରତିଶତ ସୃଜନଶୀଳ ପ୍ରଶ୍ନ ରହୁଛି। କିନ୍ତୁ ୨୦୨୩ରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ର-ଛାତ୍ରୀମାନଙ୍କ ପ୍ରଶ୍ନପତ୍ରଗୁଡ଼ିକ ରଚନାତ୍ମକ, ଆଲୋଚନାତ୍ମକ ଓ ବିଶ୍ଲେଷଣ ଉପରେ ଆଧାରିତ ହେବ। ବର୍ତ୍ତମାନ ବ୍ୟବସାୟ ସହ ଜଡ଼ିତ ବିଷୟବସ୍ତୁ ବି‌ଶେଷ ନଥିବା ବେଳେ ଆଗାମୀ ଦିନରେ ବ୍ୟବସାୟ ସଂପର୍କିତ ବିଷୟବସ୍ତୁ ପାଠ୍ୟକ୍ରମରେ ଯୋଡ଼ାଯିବ। ଯାହାଦ୍ବାରା ଦେଶରେ ଥିବା ବେରୋଜଗାର ସମସ୍ୟା ଦୂର ହେବ ବୋଲି କହିିଛନ୍ତି ସିବିଏସଇର ସଚିବ ଅନୁରାଗ ତ୍ରିପାଠୀ।