୪୭ଜଣଙ୍କ ମଧ୍ୟରୁ ମାତ୍ର ୯ଜଣ ବୋର୍ଡ ପରୀକ୍ଷାରେ ପାସ ହେବାରୁ ସ୍କୁଲରେ ତାଲା ପକାଇଲେ ଲୋକେ

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ଫଳ ଖରାପ ହେବାରୁ ସ୍କୁଲରେ ପଡ଼ିଲା ତାଲା। ଏଭଳି ଅଜବ ଘଟଣା ଘଟିଛି ରାଜସ୍ଥାନରେ। ରାଜସ୍ଥାନ ବୋର୍ଡର ଦଶମ ପରୀକ୍ଷା ଫଳାଫଳ ୯୦ପ୍ରତିଶତରୁ ଅଧିକ ଥି‌ଲେ ବି ରାଜସମନ୍ଦ ଜିଲ୍ଲାର ପିପରଡା ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳ ମାତ୍ର ୧୯ପ୍ରତିଶତ ରହିଛି। ୪୭ଜଣ ପିଲାଙ୍କ ମଧ୍ୟରୁ କେବଳ ୯ଜଣ ପିଲା ପାସ୍ କରିଛନ୍ତି। ଏଭଳି ଖରାପ ଫଳାଫଳକୁ ଦେଖି ଗ୍ରାମବାସୀ କ୍ରୋଧିତ ହେବା ସହ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏବେ ଗାଁର ଲୋକମାନେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବଦଳାଇବାକୁ ଦାବି କରୁଛନ୍ତି।

ପିପରଡା ଗାଁର ସରପଞ୍ଚ ସୀତା ବାଇ ଏବଂ ତାଙ୍କ ସ୍ୱାମୀ ଗଣେଶଲାଲ କହିଛନ୍ତି ଯେ ଏହି ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଗଣିତ ଶିକ୍ଷକ ନାହାଁନ୍ତି। ଏହି କାରଣରୁ ଗଣିତରେ ୧୯ଜଣ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ବିଫଳ ହୋଇଥିଲେ। ଏହା ସହ ସମୁଦାୟ ୯ଜଣ ପାସ୍ କରିଥିବା ଜାଣି ଏଥିରେ ରାଗିଯିବା ସହ ଗ୍ରାମବାସୀ ଶୁକ୍ରବାର ଦିନ ସ୍କୁଲର ମୁଖ୍ୟ ଫାଟକ ବନ୍ଦ କରି ସମସ୍ତ କର୍ମଚାରୀ ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ବଦଳାଇବାକୁ ଦାବି କରିଥିଲେ। ସୂଚନା ପାଇବା ପରେ ରାଜସମନ୍ଦ ସିବିଇଓ ନରୋତମ ଦାଧିଚ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ସେ ଗ୍ରାମବାସୀଙ୍କୁ ବୁଝାସୁଝା କରି ବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲିଥିଲେ।

 

ସମ୍ବନ୍ଧିତ ଖବର