ନୂଆଦିଲ୍ଲୀ/ଭୁବନେଶ୍ୱର : ନୂଆ ଭାରତ ନିର୍ମାଣ କରିବା ଦିଗରେ ଉର୍ଜାର ଏକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ସମସ୍ତଙ୍କର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୧୦ମ ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସର ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଆଗାମୀ ଦିନ ମାନଙ୍କରେ ଭାରତର ଉର୍ଜା ବ୍ୟବହାର ବୃଦ୍ଧି ହେବା ନିଶ୍ଚିତ। ଆମେରିକା ଏବଂ ଚୀନକୁ ପଛରେ ପକାଇ ଭାରତ ଉର୍ଜାର ପ୍ରମୁଖ ଉପଭୋକ୍ତା ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି। ଭାରତର ଉର୍ଜା ବ୍ୟବହାର ୨୦୩୫ ସୁଦ୍ଧା ବାର୍ଷିକ ୪.୨ ପ୍ରତିଶତ ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା ମଧ୍ୟ କହିଛନ୍ତି ଯେ ଉର୍ଜାର ବିଭିନ୍ନ ସ୍ରୋତକୁ ସାମିଲ କରିବା ତଥା ଉର୍ଜାର ପରିବର୍ତନ ମାଧ୍ୟମରେ ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବା ଆମର ଲକ୍ଷ୍ୟ ରହିଛି। ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତିକୁ ପରିବର୍ତନ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ନିକଟରେ ହୋଇଥିବା ୧୦ମ ସିଜିଡି ବିଡିଂ ପ୍ରକ୍ରିୟା ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏବଂ ୪୦୦ରୁ ଅଧିକ ଜିଲ୍ଲାରେ ପ୍ରାକୃତିକ ଗ୍ୟାସ ପହଞ୍ଚାଇବାରେ ସହାୟକ ହେବ। ସେହିପରି ଦେଶରେ ଗ୍ୟାସ ଭିତିଭୂମିକୁ ଆହୁରି ସଦୃଢ କରିବା ପାଇଁ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯିବାର ଆକଳନ କରାଯାଇଛି। ୨୦୨୪ ସୁଦ୍ଧା ଭାରତ ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/World-PetroCoal.jpeg)