କାବୁଲ: ରବିବାର ତାଲିବାନ୍ ଆତଙ୍କବାଦୀ ଆକ୍ରମଣରେ ଆଫଗାନିସ୍ତାନର ୧୧ ଜଣ ସେନା ନିହତ ହୋଇଥିବା ସୂଚନା ମିଳିଛି। ଦକ୍ଷୀଣ ହେଲମନ୍ଦ ପ୍ରଦେଶରେ ଲଗାତାର ଭାବେ ସେନା ଉପରକୁ ଆତଙ୍କବାଦୀଙ୍କ ଅକ୍ରମଣ ଜାରି ରହିଥିବା ଆଫଗାନ୍ ସେନା ପକ୍ଷରୁ କୁହାଯାଇଛି। ହେଲମନ୍ଦ ପ୍ରଦେଶରେ ତାଲିବାନ୍ ସଂଗଠନ ନିଜର ଆଧିପତ୍ୟ ବିସ୍ତାର କରିଚାଲିଥିବା ମଧ୍ୟ ଜଣାପଡ଼ିଛି। ମିଳିଥିବା ଖବର ମୁତାବକ ରବିବାର ସକାଳୁ ଆଫଗାନିସ୍ତାନ ସେନାର ବିଭିନ୍ନ ଚେକ୍ ପୋଷ୍ଟ ଉପରକୁ ଏହି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ୧୧ ଜଣ ସେନାଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।ତେବେ ଏହି ଘଯଣାରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ସେନେଇ କୌଣସି ସୂଚନା ମିଳିପାରି ନାହିଁ। ରବିବାର କାନ୍ଧାହାର ପ୍ରଦେଶରେ ମଧ୍ୟ ଆତ୍ମଘାତୀ କାର୍ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି।
ତାଲିବାନ ଆକ୍ରମଣରେ ୧୧ ଆଫଗାନିସ୍ତାନ ସେନା ନିହତ
/sambad/media/post_attachments/wp-content/uploads/2017/12/ISIS-terror.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)