ପଳାତକ ଘୋଷିତ ମାଲ୍ୟାଙ୍କୁ ଆଇନଗତ ଖର୍ଚ୍ଚ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ହୋଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ କୋର୍ଟରେ କେସ ଲଢ଼ିବା ସହ ଜୀବନଯାପନ ପାଇଁ ୧୧ କୋଟି ଟଙ୍କା ଦେବେ ଲଣ୍ଡନ ହାଇକୋର୍ଟ | କୋର୍ଟ ନିଜ ପକ୍ଷରୁ ଏହି ୧୧ କୋଟି ଟଙ୍କା ଦେବାକୁ ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଲଣ୍ଡନରେ ମାଲ୍ୟାଙ୍କ ରହିବା ସୁବିଧା ସହ ମାମଲା ଲଢ଼ିବାକୁ କୋର୍ଟ ନିଜ ପାଣ୍ଠିରୁ ୧୧ ଲକ୍ଷ ପାଉଣ୍ଡ ବା ପ୍ରାୟ ୧୧ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟଙ୍କ ଅନୁଯାୟୀ, ମାଲ୍ୟାଙ୍କୁ କୋର୍ଟରୁ କିଛି ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି। ଦେବାଳିଆ ଏବଂ କମ୍ପାନୀ ମାମଲା ସବ୍ କୋର୍ଟର ବିଚାରପତି ନିଗେଲ୍ ବର୍ନେଟ୍ ଏହି ମାମଲାର ଶୁଣାଣି କରିଛନ୍ତି।

କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମାଲ୍ୟାଙ୍କୁ କୋର୍ଟଙ୍କ ପାଣ୍ଠିରୁ କିଛି ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି। ଏହି ଟଙ୍କାକୁ ସେ ଜୀବନଯାପନ ଓ ଆଇନଗତ ପ୍ରକ୍ରିୟା ପାଇଁ ଖର୍ଚ୍ଚ କରିପାରିବେ | ସୂଚନା ଥାଉ କି କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ମୁଖ୍ୟ ଜାମିନ ପାଇ ବ୍ରିଟେନରେ ଅଛନ୍ତି। ମାଲ୍ୟା ଭାରତ ଛାଡି ୨ ମାର୍ଚ୍ଚ ୨୦୧୬ ରେ ବ୍ରିଟେନକୁ ପଳାଇଥିଲେ।

ଭାରତୀୟ ଏଜେନ୍ସିମାନେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ବ୍ରିଟିଶ କୋର୍ଟରେ ଆବେଦନ କରିଥିଲେ। ଦୀର୍ଘ ଲଢେଇ ପରେ ମାଲ୍ୟାଙ୍କ ଭାରତକୁ ପ୍ରତ୍ୟର୍ପଣ ଆବେଦନକୁ ଗତ ମେ ୧୪ ରେ ବ୍ରିଟେନ ଅଦାଲତ ମଞ୍ଜୁରୀ ଦେଇଥିଲେ | ତେବେ ଆଇନଗତ ଜଟିଳତା ଯୋଗୁଁ ମାଲ୍ୟାଙ୍କୁ ଏପର୍ଯ୍ୟନ୍ତ ଭାରତ ଅଣାଯାଇପାରିନାହିଁ |

ସମ୍ବନ୍ଧିତ ଖବର