ଗଭୀର ଖାତ ଭିତରକୁ ଖସିପଡ଼ିଲା ଗାଡ଼ି, ୯ ଛାତ୍ରୀଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ

ଜମ୍ମୁକଶ୍ମୀର: ଗୁରୁବାର ଜମ୍ମୁକଶ୍ମୀରର ସୋପିୟାନ୍‌ ଜିଲ୍ଲା ପୀର କି ଗଲି ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ପୀର କି ଗଲି ନିକଟରେ ଥିବା ଏକ ଗଭୀର ଖାତ ଭିତରେ ଯାତ୍ରୀ ଭର୍ତ୍ତି ଥିବା ଗାଡ଼ିଟି ଖସି ପଡ଼ିବା ହେତୁ ୯ଜଣ ଛାତ୍ରୀଙ୍କ ସମେତ ପାଖାପାଖି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ, ପୁନଛର ସୋପିୟା ରାସ୍ତାରେ ଯାଉଥିବାଗାଡ଼ି ସଡ଼କରୁ ଭାରସାମ୍ୟ ହରାଇ ଲାଲ ଗୁଲାମ ଅଞ୍ଚଳସ୍ଥିତ ଥିବା ଏକ ଗଭୀର ଖାତରେ ପଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୧୧ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏକ ଘରୋଇ କମ୍ପ୍ୟୁଟର ସଂସ୍ଥାର ସମସ୍ତ ଛାତ୍ରଛାତ୍ରୀ ସୁରନକୋଟରୁ କାଶ୍ମୀର ଘାଟିକୁ ପିକ୍‌ନିକ୍‌ ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ୭ଜଣ ଗୁରୁତର ଯାତ୍ରୀଙ୍କ ମଧ୍ୟରୁ ୫ଜଣଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରର ଏସ୍‌ଏମଏଚଏସ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଥିଲା। ତେବେ ଏହା ପୂର୍ବରୁ ସମସ୍ତ ଗୁରୁତର ଯାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଜିଲ୍ଲାର ସୋପିୟାନ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର