ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୧୧ ମୃତ, ୭ ଅସୁସ୍ଥ

ଭୋପାଳ : ମଧ୍ୟପ୍ରଦେଶରେ ଏକ ବିଷାକ୍ତ ମଦ ମୃତ୍ୟୁମାମଲା ସାମନାକୁ ଆସିଛି । ରାଜ୍ୟର ମୋରେନାଠାରେ  ବିଷାକ୍ତ ମଦ ପିଇ ୧୧ ଜଣ ମୃତ୍ୟୁବରଣ କରିଥିବାବେଳେ ୭ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ମୃତକ ମାନେ  ଦୁଇଟି ଅଲଗା ଅଲଗା ଗ୍ରାମର ଅଧିବାସୀ । ସୁନାବଲି ଥାନା ଅଧିନସ୍ଥ ପହାବଲୀ ଗାଁରେ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ବାଗଚିନି ଅଞ୍ଚଳର ମାନପୁର ଗାଁରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର