ଆସାମରେ ଚାଞ୍ଚଲ୍ୟ, ୧୧ ନକଲି ଯବାନ ଗିରଫ

ଗୌହାଟୀ: ଗୌହାଟୀ ଏଲ୍‌ଜିବିଆଇ ବିମାନ ବନ୍ଦର ନିକଟରେ ଆଜି ୧୧ ଜଣ ନକଲି ଯବାନ ଗିରଫ ହୋଇଛନ୍ତି। ସେନା ପୋଷାକରେ ଥିବା ଏହି ବ୍ୟକ୍ତିମାନଙ୍କ ଗତିବିଧି ସନ୍ଦେହଜନକ ଥିବାରୁ ପୁଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ କାହା ପାଖରେ ବି କୌଣସି ପରିଚୟପତ୍ର ନଥିଲା କି ସେନାର ଯବାନ ବୋଲି କୌଣସି ପ୍ରମାଣ ମିଳିନଥିଲା।

ଗୌହାଟୀ ପୁଲିସର ସୂଚନା ଅନୁଯାୟୀ ସେମାନେ ଉଚ୍ଚ ସୁରକ୍ଷା ଅଞ୍ଚଳରେ ବୁଲାବୁଲି କରୁଥିଲେ। କେଉଁ କାରଣ ପାଇଁ ସେମାନେ ସେନା ପୋଷାକରେ ଥିଲେ ସେନେଇ ‌କୌଣସି କାରଣ ଦର୍ଶାଇ ନଥିଲେ । ପୁଲିସ ଯୁଗ୍ମ କମିସନର ଦେବରାଜ ଉପାଧ୍ୟାୟ କହିଛନ୍ତି, ସମସ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି। ଆଇପିସିର ବିଭିନ୍ନ ଧାରା ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସେମାନେ ପ୍ରାୟ ୧ ମାସ ହେଲା ଏହି ଅଞ୍ଚଳରେ ରହୁଥିଲେ। ସେମାନଙ୍କଠାରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନଥିଲେ ମଧ୍ୟ କିଛି ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ପୁଲିସ ଅନୁମାନ କରୁଛି।

ସମ୍ବନ୍ଧିତ ଖବର