ଜମ୍ମୁ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଉଥିବା ଉଗ୍ର ଇସଲାମିକ ଗୋଷ୍ଠୀ ଗୋଷ୍ଠୀ ଜମାତ-ଏ-ଇସଲାମୀ (ଜେଇଆଇ)କୁ ଏକ ଶକ୍ତ ଧକ୍କା ଦେଇଛି ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସଆଇଏ) । ଏହି ସଂଗଠନର ପାଣ୍ଠିର ଉତ୍ସକୁ ବନ୍ଦ କରିବାକୁ ଏସଆଇଏ ସେମାନଙ୍କସମ୍ପତ୍ତି ଜବତ କରିବା ଆରମ୍ଭ କରିଛି ।
ଶନିବାର ଦିନ ଏସଆଇଏ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଥିବା ଜେଇଆଇର କୋଟି କୋଟି ଟଙ୍କା ମୂଲ୍ୟର ୧୧ଟି ଭୂସମ୍ପତ୍ତି ଓ କୋଠାକୁ ଜବତ କରିଛି । ଅନନ୍ତନାଗ ଜିଲ୍ଲା ମାଜିଷ୍ଟ୍ରେଟ ଶୁକ୍ରବାର ଦିନ ଏସଆଇଏ ଅଧିକାରୀମାନଙ୍କୁ ଜେଇଆଇର ମାଲିକାନାରେ ଥିବା ସମସ୍ତ ସ୍ଥାବର ଏବଂ ସ୍ଥାବର ସମ୍ପତ୍ତିକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜବତ କରିବା ପରେ ଏସଆଇଏ ପକ୍ଷରୁ ଜବତ ସମ୍ପତ୍ତିରେ ବ୍ୟାନର ଲଗାଇଛି ତଥା ସେସବୁ କୋଠା ପରିସରକୁ ପ୍ରବେଶ ନିଷିଦ୍ଧ କରାଯାଇଛି ।
ଏସଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ସମଗ୍ର ଜମ୍ମୁ ଓ କଶ୍ମୀରରେ ଜମାତ-ଏ-ଇସଲାମୀର ୧୮୮ଟି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଏ ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଚଳିତ ମାସ ଆରମ୍ଭରେ ଦକ୍ଷିଣ କଶ୍ମୀରର ସୋପିଆଁରେ ଥିବା ଜମାତର ଏକ ସ୍କୁଲ କୋଠା ସମେତ ମୋଟ ୯ଟି ସଂପତ୍ତିକୁ ଜବତ କରାଯାଇଥିଲା ।
ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।