କାବୁଲ: ଗୁରୁବାର ଦିନ ପୁଲିସ ଓ ପ୍ରତିବାଦକାରୀଙ୍କ ଗହଳି ନିକଟରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ବୋମା ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେବା ସହ ଅନ୍ୟୂନ ୧୧ ଜଣ ଲୋକଙ୍କୁ ମାରିବା ସହ ଅନ୍ୟ ୨୫ ଜଣଙ୍କୁ ଆହତ କରିଥିବା କଥା ଅଧିକାରୀମାନେ କହିଛନ୍ତି।
ଡେପୁଟି ଇଣ୍ଟେରିୟର୍ ମନ୍ତ୍ରାଳୟର ମୁଖପାତ୍ର ନସ୍ରତ୍ ରହିମି କହିଛନ୍ତି: ପ୍ରତିବାଦ ଚଳାଇଥିବା ଲୋକମାନଙ୍କୁ ସୁରକ୍ଷା ଦେବାକୁ ମୁତୟନ ହୋଇଥିବା ଦଳେ ପୁଲିସଙ୍କ ନିକଟରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ଉଡ଼ାଇ ଦେଇଛନ୍ତି।
Image Courtesy of Arab Newsଏଥିରେ ନିହତ ହୋଇଥିବା ୧୧ ଜଣ ବ୍ୟକ୍ତିଙ୍କ ଶବ ଏବଂ ୨୫ ଜଣ ଆହତ ବ୍ୟକ୍ତିଙ୍କୁ ସହରର ବିଭିନ୍ନ ଡାକ୍ତରଖାନାକୁ ନିଆ ଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଓ୍ଵାହିଦ୍ ମାଜରୋ କହିଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ମଧ୍ୟ ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଏହି ଆକ୍ରମଣରେ ୨୦ ଜଣ ଲୋକ ନିହତ ହେବା ସହ ୨୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ହଠାତ୍ କୌଣସି ସଙ୍ଗଠନ ନିଜକୁ ଦାୟୀ କରି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/652239-kabulblast.jpg)