ମୁମ୍ବାଇ ହସ୍‌ପିଟାଲରେ ନିଆଁ, ୧୧ ମୃତ

ମୁମ୍ବାଇ : ମୁମ୍ବାଇର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ଗତରାତି ପ୍ରାୟ ୧୨ଟା ୩୦ରେ ଡ୍ରିମ୍‌ସ ମଲ୍‌ ସନ୍‌ରାଇଜ୍‌ ହସ୍ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ହସ୍ପିଟାଲ୍‌ରେ ମୋଟ ୭୬ ଜଣ ରୋଗୀ ଚିକିତ୍ସାଧୀନ ଥିଲେ। ସେମାନଙ୍କ ମଧ୍ୟରୁ ୭୩ ଜଣ କୋଭିଡ୍‌ ରୋଗୀ। ଆହତ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବା ଖବର ପାଇ ୨୦ଟି ଦମକଳ ଏବଂ ୧୫ଟି ୱାଟର ଟ୍ୟାଙ୍କର ସହ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଜି ସକାଳ ୯ଟା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଚାଲିଥିଲା। ଅନେକ ରୋଗୀ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର