ଗୁଜରାଟର ଗିର୍‌ ଜଙ୍ଗଲରେ ୧୧ ସିଂହଙ୍କ ମୃତ୍ୟୁ

ଗାନ୍ଧୀନଗର: ଗୁଜରାଟ ଗିର୍‌ ଜଙ୍ଗଲ ଜାତୀୟ ଉଦ୍ୟାନରୁ ଅନ୍ୟୂନ ୧୧ଟି ଏସୀୟ ସିଂହଙ୍କ ମଢ଼ ମିଳିଛି। ସେଗୁଡ଼ିକ ୧୧ ଦିନର ବୋଲି କୁହାଯାଉଛି। ଅଧିକାରୀମାନଙ୍କ କହିବା କଥା କି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଫୁସ୍‌ଫୁସ୍‌ ସଂକ୍ରମଣ ଯୋଗୁଁ ଏବଂ ଆଉ କେତେକ ପରସ୍ପର ମଧ୍ୟରେ ଲଢ଼େଇ କରି ମରିଛନ୍ତି।

ସମୁଦାୟ ୧୨ଟି ସିଂହଙ୍କର ମୃତ୍ୟୁ ଘଟିଛି ବୋଲି ସନ୍ଦେହ ହେଉଛି। ପଚି ନଷ୍ଟ ହୋଇ ଥିବା ଅନ୍ୟ ଏକ ମଢ଼ଟି କୌଣସି ସିଂହର କି, ନୁହେଁ ତାହା ଅଧିକାରୀମାନେ ଏଯାବତ୍‌ କହି ନାହାନ୍ତି।

ସିଂହମାନଙ୍କ ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବାକୁ ଗୁଜରାଟ ସରକାର ଆଦେଶ ଦେଇଛନ୍ତି।

ଏସୀୟ ସିଂହ ଲୁପ୍ତପ୍ରାୟ ଜନ୍ତୁ। ଶେଷ କେତୋଟି ଗୁଜରାଟର ଗିର୍‌ ଜଙ୍ଗଲ ଜାତୀୟ ଉଦ୍ୟାନରେ ଅଛନ୍ତି। ୨୦୧୫ ଗଣନା ଅନୁସାରେ ଗିର୍‌ରେ ୫୨୩ ଟି ସିଂହ ରହୁଛନ୍ତି।

୧୧ଟି ମଢ଼ରେ ଅଛନ୍ତି ତିନି ପ୍ରାପ୍ତ ବୟସ୍କା, ଦୁଇ ପ୍ରାପ୍ତବୟସ୍କ ଏବଂ ଛଅଟି ଛୁଆ ସିଂହ।

ତିନୋଟି ମଢ଼ ଆମ୍‌ରେଲି ରେଞ୍ଜ୍‌ ଅନ୍ତର୍ଗତ ଧାରା ଜଙ୍ଗଲରୁ ମିଳିଥିବା ବେଳେ ଅନ୍ୟ ସବୁ ରୋନିୟା ଅଞ୍ଚଳରୁ ମିଳିଛି। ଅଧିକାରୀମାନେ କହିଛନ୍ତି କି, ଶବ ବ୍ୟବଚ୍ଛେଦ ଅନୁସାରେ, ୯ ସିଂହ ଫୁସ୍‌ଫୁସ୍‌ ସଂକ୍ରମଣ ବା ଡାକ୍ତରୀ ଭାଷାରେ ଫେଲାଇନ୍‌ ଲେଉକେମିଆ ଏବଂ ତିନି ଜଣ ଲଢ଼େଇ କରି ମରିଛନ୍ତି।

ସମ୍ବନ୍ଧିତ ଖବର