୧୧ମାସ ଶିଶୁର ଗୋଡ଼କୁ ପ୍ଲାଷ୍ଟର କରିବା ପାଇଁ ପ୍ରଥମ ଥର ଏଭଳି ବାଟ ଆପଣାଇଲେ ଡାକ୍ତର

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ୧୧ମାସ ଶିଶୁର ଯେଉଁଭଳି ଭାବରେ ଗୋଡ଼ ପ୍ଲାଷ୍ଟର କରାଯାଇଛି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ଲାଷ୍ଟର ସମୟରେ ଶିଶୁଟି ଏପଟ ସେପଟ ହେଉଥିବାରୁ ଡାକ୍ତର ଠିକ୍‌ ଭାବରେ ଚିକିତ୍ସା କରି ପାରୁ ନ ଥିଲେ । ଏହା ପରେ ଶିଶୁଟିର ମା’ ଡାକ୍ତରଙ୍କୁ ଯେଉଁ ବାଟ ବତାଇଥିଲେ, ତାହା ଡାକ୍ତରଙ୍କୁ ପ୍ଲାଷ୍ଟର କରିବାରେ ସାହାଯ୍ୟ କରିଥିଲା ।

Image result for infant feet
Kidspot

ସୂଚନା ମୁତାବକ, ଦୁଇ ସପ୍ତାହ ତଳେ ୧୧ମାସର ଜିକରା ଖଟରୁ ତଳକୁ ଖସି ପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଲୋକନାୟକ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ପରୀକ୍ଷା କରାଯିବା ପରେ ଜିକରାର ବାମ ଗୋଡ଼ ଭାଙ୍ଗି ଯାଇଥିବା କହିଥିଲେ ଡାକ୍ତର । ଏହା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ପ୍ଲାଷ୍ଟର ସମୟରେ ଜିକରା ଅସ୍ଥିର ହେଉଥିବାରୁ ଡାକ୍ତର ଠିକ୍‌ ଭାବରେ ଚିକିତ୍ସା କରି ପାରୁ ନଥିଲେ । ଏ ନେଇ ଶିଶୁର ମା’ଙ୍କୁ କୁହାଯିବା ପରେ ସେ ଡାକ୍ତରଙ୍କୁ ଏକ ସହଜ ବାଟ ବତାଇଥିଲେ । ଜିକରା ଖାଇବା ସମୟରେ ନିଜ ପ୍ରିୟ କଣ୍ଢେଇକୁ ଖୁଆଇବା ପରେ ଯାଇ ଖାଏ । ସେହି କଣ୍ଢେଇ ସାହାଯ୍ୟରେ ଆପଣ ପ୍ଲାଷ୍ଟର କରି ପାରିବେ ବୋଲି ଡାକ୍ତରଙ୍କୁ ଜଣାଇଥିଲେ ଜିକରାର ମା’ । ପରେ କଣ୍ଢେଇକୁ ଅଣାଯିବା ସହ ଜିକରା ସହ କଣ୍ଢେଇ ଗୋଡ଼ରେ ମଧ୍ୟ ପ୍ଲାଷ୍ଟର କରାଯାଇଥିଲା । ଯାହାଦ୍ୱାରା ଜିକରା ସ୍ଥିର ହୋଇ ଶୋଇବା ସହ ଡାକ୍ତରଙ୍କୁ ପ୍ଲାଷ୍ଟର କରାଇବାକୁ ଦେଇଥିଲେ । ଏବେ ସେ ସୁସ୍ଥ ଥିବା ବେଳେ ଡାକ୍ତରଖାନାରେ ଆଉ କିଛି ଦିନ ରହିବେ ବୋଲି କହିଛନ୍ତି ଡାକ୍ତର ।

ସମ୍ବନ୍ଧିତ ଖବର