୩୮ବର୍ଷିୟ ମହିଳାଙ୍କୁ ନିଜର କିଡ୍‌ନି ଦେଇ ଆଖିବୁଜିଲେ ୧୧ମାସର ଶିଶୁ, ସର୍ବକନିଷ୍ଠ ଅଙ୍ଗଦାତା ଭାବରେ ଘୋଷଣା ହେଲା ନାମ

ଚଣ୍ଡିଗଡ଼ : ୧୧ ମାସର ଏକ ବ୍ରେନ୍‌ଡ଼େଡ଼୍‍ ଶିଶୁ କିଡନି ସମସ୍ୟାରେ ପୀଡ଼ିତ ଥିବା ଜଣେ ମହିଳାଙ୍କୁ ନିଜର କିଡନି ଦାନ କରି ତାଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ଏବେ ଏହି ଶିଶୁଟିକୁ ସବୁଠାରୁ କନିଷ୍ଠ ଅଙ୍ଗଦାତା ବୋଲି ଘୋଷଣା କରାଯାଇଛି । ଏହି ଅଙ୍ଗଦାନ ଚଣ୍ଡିଗଡ଼ର ପାରାସ୍ନାତକ ଚିକିତ୍ସା ଶିକ୍ଷା ଏବଂ ଶୋଧ ସଂସ୍ଥାନରେ କରାଯାଇଥିଲା ।  ଅଙ୍ଗଦାନ କରିଥିବା ୧୧ମାସର ଶିଶୁର ନାମ ପ୍ରୀତମ ବୋଲି ଜଣାପଡ଼ିଛି । ପ୍ରୀତମ ଚଣ୍ଡିଗଡ଼ର ସେକ୍ଟର-୪୫ରେ ରହୁଥିବା ବେଳେ ଜୁଲାଇ ୬ରେ ଖଟରୁ ତଳକୁ ଖସି ପଡ଼ିଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ପରିବାର ଲୋକେ ପ୍ରୀତମଙ୍କୁ ସରାକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ତାଙ୍କର ପ୍ରାଥମିକ ଉପଚାର କରାଯାଇଥିଲା ।

Hello Tricity

ପ୍ରାଥମିକ ଉପଚାର ପରେ ପ୍ରୀତମଙ୍କ  ପାରା ସ୍ନାତକ ଚିକିତ୍ସା ଶିକ୍ଷା ଏବଂ ଶୋଧ ସଂସ୍ଥାନକୁ ପଠାଯାଇଥିଲା । କିନ୍ତୁ ସେଠାରେ ପ୍ରୀତମଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବା ସହ ତାଙ୍କର ବ୍ରେନ୍‌ଡ଼େଡ଼୍‍ ହୋଇ ଯାଇଥିବା ଡ଼ାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାରର ଅନୁମତି ନେଇ ପ୍ରୀତମଙ୍କ କିଡ଼୍‍ନି କଢ଼ାଯାଇ ୩୮ବର୍ଷିୟ ମହିଳାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଏହି ପ୍ରତିରୋପଣ ପରେ ଚଣ୍ଡିଗଡ଼ର ଇତିହାସରେ ପ୍ରୀତମଙ୍କୁ ସର୍ବକନିଷ୍ଠ ଅଙ୍ଗଦାତା ବୋଲି ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର