କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହେଲେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଅଧିକାରୀ

ନୂଆଦିଲ୍ଲୀ: ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୧୧ଜଣ ଅଧିକାରୀ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ସେମାନଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି | ଗତ ସପ୍ତାହରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ | ଏହା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅଧିକାରୀଙ୍କୁ ସଙ୍ଗରୋଧରେ ରଖାଯାଇ ପରୀକ୍ଷା କରାଯିବ ପରେ ଏବେ ୧୧ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି |

ଆକ୍ରାନ୍ତ ହୋଇଥିବା ୧୧ଜଣକ ମଧ୍ୟରେ ଯୁଗ୍ମ ସଚିବ, ଷ୍ଟେନୋ, ମୁଖ୍ୟ ବ୍ୟକ୍ତିଗତ ସଚିବ, ବ୍ୟକ୍ତିଗତ ସଚିବ, ୬ଜଣ ମଲ୍ଟି ଟାସ୍କ ଆସିଷ୍ଟାଣ୍ଟ ଏବଂ ଡ୍ରାଇଭର ରହିଥିବା ଜଣା ଯାଇଛି। ତେବେ ଶ୍ରମ ସଚିବ ହୀରାଲାଲ ସମରିଆ ଏବଂ ଜଣେ ଅତିରିକ୍ତ ସଚିବଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲେ ମଧ୍ୟ ତାଙ୍କର ରିପୋର୍ଟ ନେଗେଟିଭ ଆସିଛି |

Five ED officials test positive for COVID-19, headquarters sealed ...
The Economic Times

ସୂଚନା ମୁତାବକ, ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଗତ ବୁଧବାର ଦିନ ଶ୍ରମ ଶକ୍ତି ଭବନକୁ ଦୁଇ ଦିନ ପାଇଁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଲଡିଂରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଗୁରୁବାର ଏବଂ ଶୁକ୍ରବାର ଦିନ ଘରୁ କାମ କରିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର