ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଡ଼ ସଡକ ଦୁର୍ଘଟଣା । କେନାଲକୁ ଖସିଲା କାର୍ । ଭାରସାମ୍ୟ ହରାଇ କେନାଲକୁ ଖସି ପଡିଲା ଏସୟୁଭି ଗାଡ଼ି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରଦ୍ଧାଳୁ ଆଗ୍ରାର ସେହା ଗାଁର । ସେମାନେ ଗାଡ଼ିରେ ପୃଥ୍ବୀନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ । ଶ୍ରାବଣ ସୋମବାରରେ ପାଣି ଢାଳିବାକୁ ଯାଉଥିଲେ । ହେଲେ ଅଧା ରହିଗଲା ଶିବଙ୍କ ଦର୍ଶନ, ଅଧୁରା ରହିଗଲା ମହାଦେବଙ୍କ ମଥାରେ ପାଣି ଢାଳିବା । କାରଣ ବାଟରେ ୧୧ ଜଣ ଶବ ପାଲଟିଯାଇଥିବା ବେଳେ ୪ ଗୁରୁତର ଅଛନ୍ତି ।
#WATCH | Uttar Pradesh: 11 people died after their vehicle fell into a canal under Itia Thok Police Station limits in Gonda. The vehicle had 15 passengers onboard and they were going to Prithvinath Temple to offer prayers. CM Yogi Adityanath has announced compensation of Rs 5… pic.twitter.com/qePfWaUbK6
— ANI (@ANI) August 3, 2025
ତେବେ ସୂଚନା ଅନୁସାରେ କାରରେ ୧୫ ଜଣ ଯାତ୍ରୀ ଥିଲେ । ଚାଳକ ଭାରସାମ୍ୟ ହରାଇ ଏକ କେନାଲକୁ ଗାଡ଼ି ଖସାଇ ଦେବା ଫଳରେ ଦୁର୍ଘଟଣା ହୋଇଛି । ଇକାଇଥୋକ ନିକଟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଶିଶୁ ଠାରୁ ଆରମ୍ବ କରି ବୟସ୍କ ଯାଏଁ ସମସ୍ତେ ରହିଛନ୍ତି । ଦୁର୍ଘଟଣା ସ୍ଥଳରୁ କାରକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି ।
ସେପଟେ ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।