ନୂଆଦିଲ୍ଲୀ : ଦିଲ୍ଲୀ ଓଡ଼ିଆ ଲେଖିକା ସମାଜର ପ୍ରତିଷ୍ଠା ଦିବସ ଚଳିତମାସ ୨୪ ଓ ୨୫ରେ ସ୍ଥାନୀୟ ହଜଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳନ କରାଯିବ। ଏହି ଅବସରରେ ୧୧ ଜଣ ଓଡ଼ିଆ କବିଙ୍କୁ ‘କବି ଅମୃତ ସମ୍ମାନ’ରେ ସମ୍ମାନିତ କରାଯିବ। ସମାଜର ସଭାପତି ଡାକ୍ତର ଅନିତା ପଣ୍ଡା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। ଏହି ଓଡ଼ିଆ କବିମାନେ ହେଲେ ବନଜ ଦେବୀ, ପ୍ରତିଭା ଶତପଥୀ, ଅମରେଶ ପଟ୍ଟନାୟକ, ଅଲେଖ ଚନ୍ଦ୍ର ପଢ଼ିଆରୀ, ଗୁରୁ କଲ୍ୟାଣ ମହାପାତ୍ର, ଗୋପାଳ ତ୍ରିପାଠୀ, ମାନସ ରଂଜନ ମହାପାତ୍ର, ସଂଗ୍ରାମ ଜେନା, ରକ୍ଷକ ନାୟକ, ସରୋଜିନୀ ଷଡ଼ଙ୍ଗୀ ଓ ଇନ୍ଦୁଲତା ମହାନ୍ତି।
୧୧ କବିଙ୍କୁ ସମ୍ମାନିତ କରିବ ଦିଲ୍ଲୀ ଓଡ଼ିଆ ଲେଖିକା ସମାଜ
/sambad/media/post_attachments/wp-content/uploads/2023/03/wr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)