ବସ୍ ଦୁର୍ଘଟଣାରେ ୧୧ ଛାତ୍ରଛାତ୍ରୀ ମୃତ

ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ୧୧ ଜଣଙ୍କ ମଧ୍ୟରେ ୯ ଜଣ ଛାତ୍ରୀ ରହିଛନ୍ତି। ଏତଦବ୍ୟତୀତ ଆଉ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଏକ ଘରୋଇ କମ୍ପ୍ୟୁଟର ପ୍ରତିଷ୍ଠାନ ବୋଲି ଜଣାଯାଇଛି। ସେମାନେ ପୁଞ୍ଚ ଜିଲ୍ଲାର ସୁରନକୋଟ ତହସିଲରୁ ମୋଗଲ ରୋଡ୍‌କୁ ପିକ୍‌ନିକ୍ ଲାଗି ଯାଉଥିଲେ। ପୁଞ୍ଚର ଡେପୁଟି କମିସନର ରାହୁଲ ଯାଦବ କହିଛନ୍ତି, ଦୁର୍ଘଟଣାଟି ସୋପିଆନ ପାର୍ଶ୍ବରେ ହୋଇଥିବାରୁ ଏଫଆଇଆର ସେଠାରେ ରୁଜୁ ହୋଇଛି। ସୋପିଆନ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉଛି। କିନ୍ତୁ ଛାତ୍ରଛାତ୍ରୀମାନେ ପୁଞ୍ଚ ଜିଲ୍ଲାର। ମୃତ ଶରୀରକୁ ଉଦ୍ଧାର କରାଯାଇ ନାହିଁ କିମ୍ବା ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ ବୋଲି ଶ୍ରୀ ଯାଦବ କହିଛନ୍ତି। ବସଟି ଦ୍ରୁତ ଗତିରେ ଯାଉଥିବାବେଳେ ପିର୍ କି ଗଳି ନିକଟରେ ନିୟନ୍ତ୍ରଣ ହରାଇ ଖାତ ଭିତରକୁ ଖସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର