ୱାସିଂଟନ: ଆମେରିକାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ିଚାଲିଛି ଏବଂ ଆଜି ଏହା ୧୧ ହଜାର ଅତିକ୍ରମ କରିଯାଇଛି। କରୋନା ଭାଇରସ୍କୁ ନିୟନ୍ତ୍ରଣ କରିବାରେ ଟ୍ରମ୍ପ୍ ପ୍ରଶାସନ ଦୟନୀୟ ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ୱାସିଂଟନ ଏବଂ ନ୍ୟୁୟର୍କ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ କେବଳ ଏହି ଦୁଇ ଅଂଚଳରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଦେଶରେ ଲକ୍ଡାଉନ୍ ବ୍ୟବସ୍ଥା ଠିକ୍ରେ କାର୍ଯ୍ୟକାରୀ ହୋଇଥିବାରୁ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି। ଏ ପର୍ଯ୍ୟନ୍ତ ୩ ଲକ୍ଷ ୭୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪ ଦିନ ଭିତରେ ଏହା ୫ ଲକ୍ଷ ଅତିକ୍ରମ କରିଯିବା ଆଶଙ୍କା ରହିଛି। ଆମେରିକାର ବୈଜ୍ଞାନିକମାନେ କରୋନା ମୁକାବିଲା ପାଇଁ ଟିକା କିମ୍ବା ଅନ୍ୟ ସଫଳ ଉପଚାର ବିକଶିତ କରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି। ବିଶ୍ବବ୍ୟାପୀ ୬୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୬ ହଜାରରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ୨ ଲକ୍ଷ ୯୩ ହଜାର ଲୋକ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଅନେକଙ୍କ ଦେହରେ ପୁଣି ଭାଇରସ୍ ପଜିଟିଭ୍ ବାହାରୁଥିବାରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଯାଇଛି। ସ୍ପେନ୍ରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୪୦ ହଜାର ଥିବା ବେଳେ ଏଠାରେ ମୃତ୍ୟୁ ସଂଖ୍ୟା ୧୩ ହଜାର ୮ ଶହରେ ପହଞ୍ଚିଛି। ଇଟାଲିରେ ୧୬ ହଜାର ୫ ଶହ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଯାଇଛି ଏବଂ ଏଠାରେ ୧୮୧୦ ଲୋକଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସରେ କରୋନା ଏବେ ଭୟାନକ ରୂପ ନେଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରାୟ ୯ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟିଥିବା ସରକାର ସ୍ପଷ୍ଟ କରିଛନ୍ତି। ଚୀନ୍ରେ ଦୁଇ ଦିନ ହେଲା ଗୋଟିଏ ବି କରୋନା ମୃତ୍ୟୁ ହୋଇନଥିବା ଜଣାପଡ଼ିଛି। ଇରାନ୍ରେ ମୃତ୍ୟୁ ସଂଖ୍ୟା ୩୮୭୭ରେ ପହଞ୍ଚିଥିବା ବେଳେ ବ୍ରିଟେନ୍ରେ ୫୨ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୫୩୭୮ ଲୋକଙ୍କ ମୃତ୍ୟୁ ଘଟିଛି।
ଆମେରିକାରେ ମୃତ୍ୟୁ ସଂଖ୍ୟା ୧୧ ହଜାର ଟପିଲା, କରୋନା ମୁକାବିଲାରେ ଟ୍ରମ୍ପ୍ ପ୍ରଶାସନ ବିଫଳ
ଫ୍ରାନ୍ସରେ ୯ ହଜାର ମୃତ, ବିଶ୍ବବ୍ୟାପୀ ୭୬ ହଜାର ଲୋକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/04/corona.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)