କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ଦେବାକୁ ପଡ଼ିବ ୧୧ ହଜାର ଟଙ୍କା, ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜାରିକଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: କଂଗ୍ରେସ ପ୍ରାର୍ଥୀ ହୋଇ ନିର୍ବାଚନରେ ଲଢ଼ିବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଆବେଦନ ପତ୍ର ସହ ୧୧ ହଜାର ଟଙ୍କା ଜମା କରିବାକୁ ପଡିବ | ତେବେ ଏହା ଓଡ଼ିଶାରେ ନୁହେଁ ବରଂ ଉତ୍ତରପ୍ରଦେଶରେ କାର୍ଯ୍ୟକାରୀ ହେବାକୁ ଯାଉଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଟିକଟ ପାଇଁ ଜଣେ ଆବେଦନ କରିପାରିବେ | ତେବେ କଂଗ୍ରେସ ଟିକେଟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ଆବେଦନ ଫର୍ମ ସହିତ ୧୧ ହଜାର ଟଙ୍କା ଦାଖଲ କରିବାକୁ କୁହାଯାଇଛି |

ନିର୍ଦ୍ଦେଶ ଅନୁଯାୟୀ, ସେପ୍ଟେମ୍ବର ୨୫ ସୁଦ୍ଧା ୧୧ ହଜାର ଟଙ୍କା ଜମା କରିବାକୁ ପଡିବ। ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲାଲୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲାଲୁ କହିଛନ୍ତି ଯେ ଏହାକୁ ସହଯୋଗ ରାଶି ଭାବେ ବିବେଚନା କରାଯିବ | କୌଣସି ସଂଗଠନ ବା ଦଳକୁ ଆଗକୁ ନେବାକୁ ହେଲେ ସହଯୋଗ ଆବଶ୍ୟକ |


ସୂଚନା ଥାଉ କି ଯେ ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଆବେଦନ ଫର୍ମ ଗ୍ରହଣ କରିବା ଦାୟିତ୍ୱ ଦୁଇ ନେତା ସଞ୍ଜୟ ଶର୍ମା ଏବଂ ବିଜୟ ବାହାଦୂରଙ୍କୁ ଦିଆଯାଇଛି | ସମସ୍ତ ଆବେଦନକାରୀ ଏହି ଦୁଇ ନେତାଙ୍କ ସହ ଯୋଗାଯୋଗ କରି ସେମାନଙ୍କର ଆବେଦନ ଫର୍ମ ସହ ୧୧ ହଜାର ଟଙ୍କା ଜମା କରିବେ |

ସମ୍ବନ୍ଧିତ ଖବର