ରାଇପୁର: ଗତକାଲି ଛତିଶଗଡରେ ଯବାନଙ୍କୁ ବଡ ସଫଳତା ମିଳିଛି । ୧୭ ନକ୍ସଲଙ୍କୁ ହତ୍ୟା କରି ଜୟଯାତ୍ରା କରିଛନ୍ତି ଯବାନ । ଗତକାଲି ଯବାନଙ୍କ ଗୁଳିରେ ଟପ୍ ମାଓ ନେତା ଜଗଦୀଶ ସମେତ ୧୭ ମାଓବାଦୀ ଟଳିପଡ଼ିଥିବା ବେଳେ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।
ସୁକୁମା ଜିଲ୍ଲା ଗୋଗଣ୍ଡା ପାହାଡ଼ରେ ଥିବା ମାଓବାଦୀଙ୍କ ଶିବିର ଧ୍ୱଂସ ସହ ୧୭ ମାଓବାଦୀଙ୍କୁ ସଫା କରିବା କେନ୍ଦ୍ର ସରକାରଙ୍କ ନକ୍ସଲ ନିପାତ ମିଶନକୁ ବଳ ଦେଇଥିବା ବେଳେ ଗତକାଲିର ନିପାତ ତାଲିକାରେ ଥିବା ମହିଳା ମାଓବାଦୀଙ୍କ ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ନିପାତ ହୋଇଥିବା ୧୭ ମାଓବାଦୀଙ୍କ ମଧ୍ୟରେ ୧୧ ଜଣ ଥିଲେ ମହିଳା । ଆଉ ଏହି ମହିଳାମାନେ ବିଭିନ୍ନ ସମୟରେ ନକ୍ସଲି
କାର୍ଯ୍ୟକଳାପରେ ଲିପ୍ତ ରହି ଜଙ୍ଗଲରେ ମାଓ ସଂଗଠନକୁ ସୁଦୃଢ କରୁଥିଲେ । ଜଗଦୀଶ ସମେତ ଅନେକ ଟପ୍ ମାଓ ନେତାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ବି ରହିଥିଲା ।
ସେପଟେ ଛତିଶଗଡରେ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୧୩୨ ଜଣ ମାଓବାଦୀଙ୍କୁ ନିପାତ କରାଗଲାଣି ଯାହା କି ଶୂନ୍ୟ ନକ୍ସଲ ଦିଗରେ ଏକ ବିରାଟ ସଙ୍କେତ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ୨୦୨୬ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ ଘୋଷଣା କରିଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/30/W4kPCU3oRPSI7Le1WQtQ.jpg)