ମାନିଲା: ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ କରାଯାଇ ପାରିଥାଏ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଥିଲା ବେଳେ ନିକଟରେ ଫିଲିପାଇନ୍‌ସରେ ଜଣେ କୁନି ବାଳିକା ଆଥଲେଟଙ୍କ କ୍ରୀଡ଼ା ପ୍ରତି ସମର୍ପଣ ଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

Advertisment

୧୧ ବର୍ଷୀୟା ରିୟା ବୁଲୋସ ନାମ୍ନୀ ଆଥଲେଟ ଆନ୍ତଃ ସ୍କୁଲ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଉ ତାଙ୍କ ପାଖରେ ଜୋତା କିଣିବାକୁ ଅର୍ଥ ନଥିବାରୁ  ସେ ପାଦରେ ବ୍ୟାଣ୍ଡେଜ ଗୁଡାଇ ଦୌଡ଼ି ଥିଲେ। ଆଉ ନିଜର ଆତ୍ମବିଶ୍ୱାସ ବଳରେ ଜିତିଥିଲେ ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ତିନିଟି ସ୍ୱର୍ଣ୍ଣ।

ପ୍ରକାଶିତ ରିପୋର୍ଟ ମୁତାବକ, ରିୟା ବୁଲୋସ ଆଥଲେଟ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ୪୦୦ ମିଟର, ୮୦୦ ମି. ଓ ୧୫୦୦ ମି. ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି। କୋଚ୍‌ ପେଡ୍ରିରିକ ବି. ଭାଲେନଜୁଏଲା ସୋସିଆଲ ମିଡିଆରେ ରିୟା ବୁଲୋସ ଆଥ୍ଲେଟଙ୍କ ଫଟୋ ସେୟାର କରିଥିଲେ। ଏହାପରେ ନାଇକ କମ୍ପାନିକୁ ଉକ୍ତ ଆଥଲେଟଙ୍କୁ ସହାୟତା  କରିବା ପାଇଁ ଆଗେଇ ଆସିଛନ୍ତି।