ଶ୍ରୀନଗର: ଜମ୍ମୁ-କାଶ୍ମୀରର ବିଭିନ୍ନ ଜିଲ୍ଲାରେ କୋଭିଡ-୧୯ କଟକଣାକୁ ଅବମାନନା କରିବା ଅଭିଯୋଗରେ ୧୧୦ ଜଣଙ୍କୁ ପୁଲିସ ଗିରଫ କରିଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ଡାଉନ୍କୁ ନ ମାନିବାରୁ ପୁଲିସ ୮ଟି ଗାଡି ମଧ୍ୟ ଜବତ କରିଛି। ସରକାରଙ୍କ ନିଷେଧାଜ୍ଞା ବଳରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଶ୍ରୀନଗରରେ ପୁଲିସ ୨୬ ଜଣଙ୍କୁ ଗିରଫ କରିଥିବାବେଳେ ସହିଦଗୁଞ୍ଜ, ଖାଁୟାର ଏବଂ ପାରିମ୍ପୋରା ଅଞ୍ଚଳରୁ ୭ ଜଣ ଦୋକାନୀଙ୍କୁ ପୁଲିସ ଗିରଫ କରିଛି। ସେହିଭଳି ଉତ୍ତର କାଶ୍ମୀରର ବନ୍ଦୀପୁରା ଥାନା ଅଞ୍ଚଳରୁ ପୁଲିସ ୫୦ ଜଣଙ୍କୁ ଗିରଫ କରିବା ସହ ୬ଟି ଗାଡି ଜବତ କରିଛି। ହନ୍ଦୱାରା ପୁଲିସ ୧୫ ଜଣଙ୍କୁ ଗିରଫ କରିଛି। କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଥିବା ଲକ୍ଡାଉନ୍କୁ ମାନିବା ସହ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ ପୁଲିସ ଜମ୍ମୁ-କାଶ୍ମୀରବାସୀଙ୍କୁ ଅନୁରୋଧ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ୨୦୭ ଜଣଙ୍କ ବ୍ୟକ୍ତିଙ୍କ ଶରୀରରେ କରୋନା ପଜିଟିଭ ଚିହ୍ନଟ ହୋଇସାରିଛି। ଏ ନେଇ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଜାରି କରାଯାଇଛି।
କୋଭିଡ-୧୯ କଟକଣା ଅବମାନନା କରି ୧୧୦ ଗିରଫ
/sambad/media/post_attachments/wp-content/uploads/2020/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)