ନୂଆଦିଲ୍ଲୀ : ଜଳବାୟୁ ପରିବର୍ତ୍ତନକୁ ନେଇ ବୈଜ୍ଞାନିକମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବବ୍ୟାପୀ ୧୧,୦୦୦ରୁ ଅଧିକ ବୈଜ୍ଞାନିକ ଜଳବାୟୁ ଏମର୍ଜେନ୍ସି ଘୋଷଣା କରିଛନ୍ତି। ଜୀବାଶ୍ମ ଇନ୍ଧନକୁ ବର୍ଜନ କରିବା ସହ ନବୀକରଣୀୟ ଶକ୍ତିର ବ୍ୟବହାର ଉପରେ ଗୁରୁତ୍ବାରୋପ କରିବା ଦିଗରେ ରଣନୀତି ପ୍ରସ୍ତୁତ କରିବାପାଇଁ ବୈଜ୍ଞାନିକମାନେ ଆହ୍ବାନ ଦେଇଛନ୍ତି।
୪୦ ବର୍ଷ ପୂର୍ବେ ୫୦ଟି ଦେଶର ବୈଜ୍ଞାନିକମାନେ ଜେନେଭାରେ ଏକତ୍ରିତ ହୋଇଥିଲେ। ଅଙ୍ଗାରକାମ୍ଳ- ଜଳବାୟୁ ସମସ୍ୟା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିଲା। ତେବେ ସେ ସମୟରେ ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ ଯେ ବିଶ୍ବ ତାପାୟନ ପରିଶେଷରେ ପରିବେଶ ପାଇଁ ବହୁତ ବଡ଼ ବିପଦର କାରଣ ହୋଇପାରେ। ସେ ସମୟରେ ମଧ୍ୟ ବୈଜ୍ଞାନିକମାନେ ପରିବେଶ ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ସମସ୍ୟାର ସମାଧାନ ଦିଗରେ ଅନେକ ପରାମର୍ଶ ଦେଇଥିଲେ। ଏହାକୁ ଆଧାର କରି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତର୍ଜାତୀୟ କମିଟି ଗଠନ ହୋଇଥିଲା। ସେମାନଙ୍କର ଲକ୍ଷ୍ୟ ଥିଲା ବିଳମ୍ବ ହେବା ପୂର୍ବରୁ ସମାଧାନର ପନ୍ଥା ବାହାର କରିବା।
/sambad/media/post_attachments/wp-content/uploads/2019/11/1320_effects-image-1.jpg)
ବୈଜ୍ଞାନିକମାନେ ନୀତି ନିର୍ଦ୍ଧାରକମାନଙ୍କୁ କହିଥିଲେ ଯେ ଜୀବାଶ୍ମ ଇନ୍ଧନ ବ୍ୟବହାର, ଶିଳ୍ପସଂସ୍ଥା ଏବଂ ଆର୍ଥିକ ବିକାଶ ନେଇ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନୀତି ପ୍ରସ୍ତୁତ ହେବା ଆବଶ୍ୟକ। କିନ୍ତୁ ବିଗତ ୪୦ ବର୍ଷ ଭିତରେ ଏ ନେଇ ଆଶାନୁରୂପ କାର୍ଯ୍ୟପନ୍ଥା ଗ୍ରହଣ ହୋଇପାରି ନାହିଁ। ଏବେ ବିଶ୍ବରେ ଜଳବାୟୁ ସଙ୍କଟ ବଢ଼ି ଚାଲିଛି ଏବଂ ବୈଜ୍ଞାନିକ ପୁଣିଥରେ ଜଳବାୟୁ ପରିବର୍ତ୍ତନ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବାୟୋ ସାଇନ୍ସ ପତ୍ରିକାରେ ବୈଜ୍ଞାନିକମାନଙ୍କର ଜଳବାୟୁ ଏମେର୍ଜନ୍ସି ଘୋଷଣା ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଆମେ ୧୧,୦୦୦ରୁ ଅଧିକ ବୈଜ୍ଞାନିକ ସ୍ବାକ୍ଷରକାରୀ, ସ୍ପଷ୍ଟ ଭାବେ କହୁଛୁ ଯେ ପୃଥିବୀ ଏବେ ଜଳବାୟୁ ଏମର୍ଜେନ୍ସିକୁ ସାମ୍ନା କରୁଛି। ମାନବ ସମାଜକୁ ଧ୍ବଂସରୁ ରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ କିଛି କରିବାକୁ ହେବ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Climate-Emergency-Declared-11K-Scientist_Thumbnail.jpg)