ନୌସେନା ପାଇଁ କିଣାହେବ ୧୧୧ ହେଲିକପ୍ଟର

୪୬ ହଜାର କୋଟିର ପ୍ରସ୍ତାବକୁ ମଞ୍ଜୁରି

ନୂଆଦିଲ୍ଲୀ: ନୌସେନା ପାଇଁ ୧୧୧ ହେଲିକପ୍ଟର କିଣାହେବ। ଏହାର ବିଭିନ୍ନ ଘାଟିରେ ହେଲିକପ୍ଟରକୁ ନିୟୋଜିତ କରାଯିବ। ଏଥିପାଇଁ ୨୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ନୌସେନା ନିମନ୍ତେ ମୋଟ ୪୬ହଜାର କୋଟି ଟଙ୍କାର ପ୍ରସ୍ତାବକୁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ତନ୍ମଧ୍ୟରେ ୨୧ହଜାର କୋଟି ଟଙ୍କାର ହେଲିକପ୍ଟର ରହିଥିବା ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଏ ନେଇ ମନ୍ତ୍ରାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି ପ୍ରତିରକ୍ଷା ସଂଗ୍ରହଣ ପରିଷଦ (ଡିଏସି) ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ହେଲିକପ୍ଟର ବାଦ୍‌ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ କ୍ରୟ ନିମନ୍ତେ ଏଥିରେ ୨୪,୮୭୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରସ୍ତାବ ମୁତାବକ ଭାରତୀୟ ସେନା ନିମନ୍ତେ ୧୫୦ଟି ୧୫୫ ମିମି ଉନ୍ନତ ରାଇଫଲ୍‌ କଣାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରାଇଫଲ୍‌ କ୍ରୟ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ରାଇଫଲ୍‌ ବାବଦରେ ୩,୩୬୪ କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର