ମୋଦୀଙ୍କ ପାଇଁ ମୁସଲମାନ ଚାଷୀଙ୍କ ପାଖରୁ କିଣାଗଲା ପଦ୍ମଫୁଲ

ତିରୁବନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ପ୍ରସିଦ୍ଧ ଗୁରୁବାୟୁର କୃଷ୍ଣ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ |ଏଠାରେ ତୁଲାଭରଣ ନାମକ ପୂଜା ପରମ୍ପରା ରହିଛି | ଯେଉଁ ପୂଜାରେ ବହୁ ସଂଖ୍ୟାରେ ପଦ୍ମଫୁଲ ବ୍ୟବହାର ହୋଇଥାଏ | ମିଳିଥିବା ସୂଚନା ମୁତାବକ ଏହି ପୂଜା ପାଇଁ ବ୍ୟବହାର ହେବାକୁ ଥିବା ୧୧୨ କିଲୋଗ୍ରାମ ପଦ୍ମ ଫୁଲ ଜଣେ ମୁସଲମାନ ଚାଷୀଙ୍କ ପାଖରୁ କିଣାଯାଇଥିଲା | ଲୋକସଭା ନିର୍ବାଚନରେ ବିପୁଳ ବାଜିମାତ ପରେ ପ୍ରଧାନମନ୍ତ୍ରୀ କେରଳ ଗସ୍ତରେ ଯାଇଛନ୍ତି |

ଏହି ମନ୍ଦିର ବୋର୍ଡର ଚେୟାରମ୍ୟାନ କେବି ମୋହନ ଦାସ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପୂଜା ପାଇଁ ୧୧୨ କିଲୋର ପଦ୍ମଫୁଲର ବ୍ୟବସ୍ଥା କରାଯାଇଥିଲା | କିଛି ଫୁଲ ତାମିଲନାଡ଼ୁରୁ ମଗାଯାଇଥିବାବେଳେ ଅଧିକାଂଶ ଫୁଲ ଜଣେ ମୁସଲମାନ ଚାଷୀଙ୍କ ପାଖରୁ କିଣାଯାଇଥିଲା | ଏଠାରେ ସୂଚନା ଥାଉ କି ୧୦୦ ବର୍ଷରୁ ଅଧିକ ସମୟ ଧରି ମୁସଲମାନ ଚାଷୀ ପଦ୍ମଫୁଲ ଚାଷ କରୁଛନ୍ତି |

ରାଜ୍ୟସାରା ଥିବା ମନ୍ଦିରମାନଙ୍କରେ ଏହି ଫୁଲର ବ୍ୟବହାର କରାଯାଇଥାଏ | ଗୁରୁବାୟୁର ସହିତ ଆଖପାଖ ଅଞ୍ଚଳରେ ପ୍ରାୟ ମନ୍ଦିରମାନଙ୍କରେ ପାଖାପାଖି ୨୦ ହଜାର ଫୁଲ ନିୟମିତ ବ୍ୟବହାର ହୋଇଥାଏ |

ସମ୍ବନ୍ଧିତ ଖବର