ଦିଲ୍ଲୀ ଏମ୍‌ସରେ ବି ‘କୋଭାକ୍ସିନ୍‌’ର ମାନବୀୟ ପରୀକ୍ଷା, ୧୧୨୫ ନମୁନା ସଂଗ୍ରହ

ନୂଆଦିଲ୍ଲୀ: ଭାରତର ନିଜସ୍ବ ଜ୍ଞାନକୌଶଳରେ ବିକଶିତ ଦେଶର ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌ର ମାନବ ଶରୀରରେ ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସୋମବାର ଠାରୁ ଦିଲ୍ଲୀ ଏମ୍ସରେ ଆରମ୍ଭ ହୋଇଛି। ପ୍ରତିଷ୍ଠାନର ନୀତିନିର୍ଦ୍ଧାରଣ କମିଟି ପକ୍ଷରୁ ଗତ ଶନିବାର ଏଥିପାଇଁ ଆବଶ୍ୟକ ଅନୁମତି ମିଳିବା ପରେ ଏଠାରେ ଅନୁରୂପ ପରୀକ୍ଷା କରାଯିବାକୁ ସମସ୍ତ ପ୍ରସ୍ତୁତି ସରିଛି। ତେବେ ଏଥିରେ ସାମିଲ ହେବାକୁ ଥିବା ୧୮ରୁ ୫୫ ବର୍ଷ ବୟସର ସୁସ୍ଥ ସ୍ବେଚ୍ଛାସେବୀମାନଙ୍କ ପଞ୍ଜୀକରଣ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ଯୋଗାଯୋଗ କରିବାକୁ ଆହ୍ବାନ କରାଯାଇଛି। ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ପ୍ରସ୍ତୁତ ଏହି ଟିକାର ମାନବୀୟ ପରୀକ୍ଷଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଦେଶର ମୋଟ ୧୨ଟି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେଥିରୁ କେବଳ ଏମ୍‌ସରେ ୧୦୦ଜଣ ଏବଂ ଅନ୍ୟ ପ୍ରତିଷ୍ଠାନରେ ବାକି ୨୫୦ ଜଣଙ୍କର ପରୀକ୍ଷା କରାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ଆଉ ୭୫୦ ଜଣ ସ୍ବେଚ୍ଛାସେବୀ ସାମିଲ ହେବେ ବୋଲି କମ୍ପାନି କହିଛି। ସୂଚନା ଥାଉ କି, ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସହଯୋଗରେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି) ଓ ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ମିଳିତ ଭାବେ ବିକଶିତ ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରଥମେ ପାଟନା ଏମ୍‌ସରେ ୧୦ ଜଣ ସ୍ବେଚ୍ଛାସେବୀ ଏବଂ ପରେ ରୋହତକ ପିଜିଆଇରେ ୩ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ତୃତୀୟ ପ୍ରତିଷ୍ଠାନ ଭାବେ ଦିଲ୍ଲୀ ଏମ୍‌ସ୍‌େର ୧୧୨୫ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି େବାଲି ଏମ୍‌ସ୍‌ ଡାଇେରକ୍ଟର ରଣଦୀପ ଗୁେଲରିଆ କହିଛନ୍ତି। ଦୁଇଟି ପର୍ଯ୍ୟାୟ େର ଏହି ପରୀକ୍ଷଣ େହବ େବାଲି େସ କହିଛନ୍ତି।

ସମ୍ବନ୍ଧିତ ଖବର