ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ଏକ ଲିଗ ମ୍ୟାଚରେ କୋଲକାତା ନାଇଟରାଇଡର୍ସ ୧୧୬ ରନରେ ଅଲଆଉଟ ହୋଇଯାଇଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୧୭ ରନର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କୋଲକାତା ଦଳ ଆରମ୍ଭରୁ ହିଁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଯାଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଧୁରି ପାରିନଥିଲା । ଦଳର ସ୍କୋର ମାତ୍ର ୨ ରନ ଥିବାବେଳେ ଦୁଇଜଣ ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ ଓ ସୁନୀଲ ନାରିନ ପାଭିଲିୟନ ଫେରିଥିଲେ । ଏହା ପରେ ବି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ଅଧିକ ସମୟ ତିଷ୍ଠି ପାରିନଥିଲେ ଓ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ପକ୍ଷରୁ ଅଗ୍ରିସ ରଘୁବଂଶୀ ୨୬ ରନ କରିଥିବାବେଳେ ରମଣଦୀପ ସିଂ ୨୨ ରନ କରିଥିଲେ । ସେହିପରି ମନୀଷ ପାଣ୍ଡେ ୧୯ ରନ ଓ ରିଙ୍କୁ ସିଂ ୧୭ ରନ କରିଥିଲେ ।
ମୁମ୍ବାଇ ପକ୍ଷରୁ ଅଶ୍ବୀନୀ କୁମାର ୪ଟି ଓ୍ବିକେଟ ନେଇଥିବାବଳେ ଦିପକ ଚହର ୨ଟି ଓ୍ବିକେଟ ନେଇଥିଲେ । ଟ୍ରେଣ୍ଟ ବୋଲଟ୍, ହାର୍ଦ୍ଦିକ ପାଣ୍ଡ୍ୟା, ବିଗ୍ନେଶ ପୁଥୁର, ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।