ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା, ଗୁଜୁରାଟରେ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା | ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରେ ମ୍ୟୁକରମାଇକୋସିସ୍ କିମ୍ବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଭାରତରେ ଏପର୍ଯ୍ୟନ୍ତ ସର୍ବମୋଟ ୧୧,୭୧୭ଜଣ ସଂକ୍ରମିତ ହୋଇଛନ୍ତି |

ଗତ ସପ୍ତାହରେ, କୋଭିଡ ରୋଗୀଙ୍କ ମଧ୍ୟରେ ମ୍ୟୁକରମାଇକୋସିସ୍ ରୋଗ ବୃଦ୍ଧି ପାଇବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ “ବ୍ଲାକ୍ ଫଙ୍ଗସ୍”କୁ ମହାମାରୀ ଘୋଷଣା କରିବାକୁ ନିର୍ଦେଶ ଦେଇଥିଲା | ଏହା ସହ ଚିହ୍ନଟ ହେଉଥିବା ସମସ୍ତ ମାମଲା ରିପୋର୍ଟ କରିବାକୁ କହିଥିଲେ। କରୋନା ମହାମାରୀ ବିରୋଧରେ ଭାରତର ଯୁଦ୍ଧରେ ଏହି ରୋଗ ଆଉ ଏକ ନୂତନ ଆହ୍ୱାନ ରୂପେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨,୭୭୦ଜଣ ବ୍ଲାକ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଗୁଜୁରାଟରେ ୨,୮୫୯ଜଣ ଏବଂ ଆନ୍ଧ୍ରପ୍ରଦେଶରେ ୭୬୮ଟି ଜଣ ବ୍ଲାକ ଫଙ୍ଗସର ଶିକାର ହୋଇଛନ୍ତି | କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଏକ ଟ୍ୱିଟରେ ବିଭିନ୍ନ ରାଜ୍ୟରୁ ଚିହ୍ନଟ ହୋଇଥିବା ବ୍ଲାକ ଫଙ୍ଗସ ରୋଗୀଙ୍କ ତଥ୍ୟ ବାଣ୍ଟିଛନ୍ତି |

ସମ୍ବନ୍ଧିତ ଖବର