ଅଗଷ୍ଟ‌ରେ ରେଳରେ ୧୧୯.୩୨ ନିୟୁତ ଟନ୍ ମାଲ ପରିବହନ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଅଗଷ୍ଟରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି। ଭାରତୀୟ ରେଳବାଇର ମାଲ ବୋଝେଇ ବୃଦ୍ଧିରେ କୋଇଲା ୯.୨ ନିୟୁତ ଟନ ରହିଥିବା ବେଳେ ତା ପଛକୁ ୦.୭୧ ନିୟୁତ ଟନ ସାର, ୦. ୬୮ ନିୟୁତ ଟନ ବଳକା ସାମଗ୍ରୀ ଓ ୦.୬୨ ଟନ କଣ୍ଟେନର ରହିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଯାନବାହାନ ବୋଝେଇ ମାଲ ପରିବହନ ବ୍ୟବସାୟର ଆଉ ଏକ ସଫଳତା ବୋଲି ଜଣାପଡିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଅଗଷ୍ଟରେ ୨୨୦୬ ରେକ ବୋଝେଇ ହୋଇଥିବା ବେଳେ ଗତ ବର୍ଷର ଏହି ସମୟ ମଧ୍ୟରେ ଏହି ସଂଖ୍ୟା ୧୩୧୪ ଥିଲା । ଏଥିରେ ଶତକଡା ୬୮ ଭାଗ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ୬୨୦.୮୭ ନିୟୁତ ଟନ ଥିବାବେଳେ ୨୦୨୧-୨୨ରେ ଏହା ୫୬୨.୭୫ ନିୟୁତ ଟନ ଥିଲା । ଏଥିରେ ୫୮.୧୧ ନିୟୁତ ଟନ ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଶତକଡା ୧୦.୩୨ ଭାଗ ବୃଦ୍ଧି ପାଇଛି । ଶକ୍ତି ଓ କୋଇଲା ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି କୋଇଲା ଯୋଗାଣ ପାଇଁ ଭାରତୀୟ ରେଳବାଇର ନିରନ୍ତର ଉଦ୍ୟମ ଅଗଷ୍ଟ ମାସରେ ମାଲ ପରିବହନ ବୃଦ୍ଧିର ପ୍ରମୁଖ ବୈଶିଷ୍ଟ୍ୟ ହୋଇଛି । ଉଭୟ ଘରୋଇ ଓ ରପ୍ତାନୀ ଭିତ୍ତିକ କୋଇଲା ଶକ୍ତି କେନ୍ଦ୍ର ଯୋଗାଣ ପରିମାଣ ୧୦.୪୬ ନିୟୁତ ଟନ ବୃଦ୍ଧି ପାଇଛି । ଗତ ଅଗଷ୍ଟ ସୁଦ୍ଧା ୪୪.୬୪ ନିୟୁତ ଟନ ଶକ୍ତି କେନ୍ଦ୍ର ଗୁଡିକୁ ପଠାଯାଇଥିବା ବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏହାର ପରିମାଣ ୩୪.୧୮ ନିୟୁତ ଟନ ଥିଲା ଯାହାକି ଶତକଡା ୩୧ ଭାଗ ଅଧିକ । ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଭାରତୀୟ ରେଳବାଇ ୫୮.୪୧ ନିୟୁତ ଟନ ଅଧିକ କୋଇଲା ଶକ୍ତି କେନ୍ଦ୍ରକୁ ପଠାଇଥିବାବେଳେ ଗତ ବର୍ଷ ଏହି ସମୟ ମଧ୍ୟରେ ଏଥିରେ ଶତକଡା ୩୨ ଭାଗରୁ ଅଧିକ ଅଭିବୃଦ୍ଧି ଘଟିଛି ।

ସମ୍ବନ୍ଧିତ ଖବର