ଦକ୍ଷିଣ କୋରିଆ ସହ ୧୧ ଚୁକ୍ତି ସ୍ୱାକ୍ଷର

ନୂଆଦିଲ୍ଲୀ: ଭାରତରେ ପ୍ରଯୁକ୍ତି ବିକାଶ ପାଇଁ ସହାୟତାର ହାତ ବଢ଼ାଇବ ଦକ୍ଷିଣ କୋରିଆ। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଠାରୁ ଆରମ୍ଭ କରି ବିଗ୍‌ ଡାଟା, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ଥ୍ରୀଡି ପ୍ରିଣ୍ଟିଙ୍ଗ୍‌ ଓ ଇ-ଭେଇକିଲ୍‌ ଆଦି କ୍ଷେତ୍ରରେ ଏହି ରାଷ୍ଟ୍ର ଭାରତକୁ ସମସ୍ତ ସହଯୋଗ କରିବ। ଏଥିପାଇଁ ଉଭୟ ରାଷ୍ଟ୍ର ମଧ୍ୟରେ ଆଜି ୧୧ଟି ଚୁକ୍ତିି ସ୍ୱାକ୍ଷର ହୋଇଛି। ଉଲ୍ଲେଖଥାଉ କି ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦଢ଼ କରିବା ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ ନୂଆଦିଲ୍ଲୀ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର