ଜୟପୁର: ଆଟ୍ମୋସ୍ଫିୟର୍ କୋର୍ ଦେଶରେ ଏହାର ଏକାଦଶ ରିସୋର୍ଟ ‘ଓଜେନ୍ ବିଳାସ ଜୟପୁର’ ସମ୍ପର୍କରେ ଘୋଷଣା କରିଛି। ଏଥିପାଇଁ କମ୍ପାନି ପକ୍ଷରୁ କିମାୟା ରିସୋର୍ଟସ୍ ଆଣ୍ଡ୍ ସ୍ପାଜ୍ ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ରାଜସ୍ଥାନର ଜୟପୁରରେ ସ୍ଥାପନ ହେବାକୁ ଥିବା ଏହି ରିସୋର୍ଟ ୨୦୨୫ର ଦ୍ବିତୀୟ ତ୍ରୈମାସିକ ସୁଦ୍ଧା ଖୋଲିବ। ୨୦୨୫ ସୁଦ୍ଧା ଦେଶରେ ୨୫ଟି ସମ୍ପତ୍ତି ସ୍ଥାପନ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। ଏହା ହେଉଛି ‘ଦି ଓଜେନ୍ କଲେକ୍ସନ୍’ ଅଧୀନରେ କମ୍ପାନିର ଚତୁର୍ଥ ରିସୋର୍ଟ। ଏଥିରେ ୧୮୧ଟି ଏକ ଓ ଦୁଇ ବେଡ୍ରୁମ୍ ବିଶିଷ୍ଟ ଭିଲ୍ଲା ସହ ପ୍ରାଇଭେଟ୍ ପୁଲ୍ ରହିବ। ତା’ ସହିତ ରିେସାର୍ଟରେ ଦିବସବ୍ୟାପୀ ଖୋଲା ରହୁଥିବା ରେସ୍ତୋରାଁ, ସୁସ୍ବାଦ ଭୋଜନ, ସ୍ବତନ୍ତ୍ର ଡାଇନିଂ ଆଟଉ୍ଲେଟ୍, ସ୍ନାକ୍ସ ବାର୍, କ୍ଲାସିକ୍ ଲାଉଞ୍ଜ ବାର୍ ଆଦି ସୁବିଧାସୁଯୋଗ ରହିବ। ବିବାହ, ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ୨୦ ହଜାର ବର୍ଗଫୁଟର ଇନ୍ଡୋର୍ ସ୍ଥାନ ମଧ୍ୟ ରହିବ।
ଏହି ଅବସରରେ ଆଟ୍ମୋସ୍ଫିୟର କୋର୍ର ପରିଚାଳନା ନିର୍ଦ୍ଦେଶକ (ଭାରତ, ନେପାଳ, ଶ୍ରୀଲଙ୍କା ଓ ଭୁଟାନ) ସୌଭାଗ୍ୟ ମହାପାତ୍ର କହିଛନ୍ତି ଯେ ଜୟପୁର ଏହାର ଅସୀମ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଯାତ୍ରୀମାନଙ୍କୁ ଉଲ୍ଲସିତ କରୁଛି। ଦି ଓଜେନ୍ କଲେକ୍ସନ ଅଧୀନରେ ଚତୁର୍ଥ ଏବଂ ଆମର ଏକାଦଶ ସମ୍ପତ୍ତି ‘ଓଜେନ୍ ବିଳାସ ଜୟପୁର’ ଘୋଷଣା କରି ଆମେ ରୋମାଞ୍ଚିତ, ଯାହା ଏକ ପ୍ରିମିୟର ଲକ୍ଜୁରି ସ୍ଥଳରେ ପରିଣତ ହେବ। କିମାୟା ରିସୋର୍ଟସ୍ ଆଣ୍ଡ୍ ସ୍ପାର ନିର୍ଦ୍ଦେଶକ ସୁର୍ଭି ଗୋୟଲ୍ କହିଛନ୍ତି ଯେ ଆଟ୍ମୋସ୍ଫିୟର୍ କୋର୍ର ସ୍ବତନ୍ତ୍ର ବ୍ରାଣ୍ଡ୍ ଓଜେନ୍ ବିଳାସ ଜୟପୁରକୁ ଏକ ବିଶ୍ବସ୍ତରୀୟ ଲକ୍ଜୁରି ରିସୋର୍ଟରେ ପରିଣତ କରି ଅତୁନୀୟ ସେବା ଓ ଅନୁଭୂତି ପ୍ରଦାନ କରିବ।