ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବୁଷ୍ଟର ଡୋଜ ଦିଆଯାଉଥିବା ସହ ୧୫-୧୮ବର୍ଷ ବୟସ୍କଙ୍କୁ ଟିକା ଦିଆଯିବା ଅଭିଯାନ ଚାଲୁ ରହିଛି। ଏମଧ୍ୟରେ ୧୨-୧୪ବର୍ଷ ବୟସ୍କଙ୍କୁ ଖୁବ ଶୀଘ୍ର ଟିକା ଦିଆଯିବ ବୋଲି ଚର୍ଚ୍ଚା ଜୋର ଧରିଛି। ମାର୍ଚ୍ଚ ମାସରୁ ଦେଶରେ ୧୨ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି। ଟିକାକରଣ ପାଇଁ ଜାତୀୟ ବୈଷୟିକ ଉପଦେଷ୍ଟା ମଣ୍ଡଳୀ (ଏନଟିଏଜିଆଇ) ର ସଭାପତି ଏନ.କେ ଆରୋରା ଏହା କହିଛନ୍ତି। ବର୍ତ୍ତମାନ ଦେଶରେ ୧୫ରୁ ୧୮ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା କୋଭାକ୍ସିନ ଦିଆଯାଉଛି।
