ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦିନ ୧୧ଟାରୁ ଉପସ୍ଥାପନା କରି ବଜେଟର ବଡ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ । ତେବେ ଚୁମ୍ବକରେ ଜାଣନ୍ତୁ ଅର୍ଥମନ୍ତ୍ରୀ କରିଥିବା ୧୨ ବଡ ଘୋଷଣା ଉପରେ...
-ଭାରତ ହେବ ଖେଳନା ତିଆରିର ବିଶ୍ଵସ୍ତରୀୟ କେନ୍ଦ୍ର
-ଖେଳନା ପାଇଁ ଆରମ୍ଭ ହେବ ବଡ ଯୋଜନା
-ଉଡାଣ ଯୋଜନାରେ ଉପକୃତ ହେବେ ଦେଢ କୋଟି ଲୋକ
-୧୦ ବର୍ଷରେ ତିଆରି ହେବ ୧୨୦ ବିମାନବନ୍ଦର
-ପାହାଡି ଇଲାକାରେ ନିର୍ମାଣ ହେବ ହେଲିପ୍ୟାଡ୍ ଓ ବିମାନବନ୍ଦର
-ଡିଜିଟାଲ ଶିକ୍ଷାକୁ ଗୁରୁତ୍ଵ, ସବୁ ସରକାରୀ ମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା
-ଏଆଇ ଶିକ୍ଷାକୁ ଗୁରୁତ୍ଵ, ୫୦୦ କୋଟିର ବ୍ୟୟବରାଦ
-୨୦୨୮ ମସିହା ଯାଏଁ ବଢିଲା ଜଳ ଜୀବନ ମିଶନ
-ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ବିଲ୍
-କିଷାନ କ୍ରେଡିଟ୍ କାର୍ଡରେ ବଢିଲା ଋଣ ପରିମାଣ
-୩ ଲକ୍ଷ ଟଙ୍କାରୁ ବଢି ହେଲା ୫ ଲକ୍ଷ ଟଙ୍କା
-ଡାଲି ଉତ୍ପାଦନରେ ଭାରତ ହେବ ଆତ୍ମନିର୍ଭର