୧୨ ରାଷ୍ଟ୍ରଙ୍କୁ ଅବଗତ କଲା ଭାରତ

ସାରା ଭାରତ ଉତ୍ସବମୁଖର

ନୂଆଦିଲ୍ଲୀ: ପାକିସ୍ତାନକୁ ଅନ୍ତର୍ଜାତୀୟ ସମୁଦାୟରେ ଏକଘରିଆ କରିବା ପାଇଁ ଭାରତର ପ୍ରୟାସ ଜାରି ରହିଛି। ପାକିସ୍ତାନର ବାଲାକୋଟ, ମୁଜାଫରାବାଦ ଏବଂ ଚକୋଟି ସ୍ଥିତ ଆତଙ୍କବାଦୀ ଶିବିର ଉପରେ ଆଜି ଭାରତୀୟ ବାୟୁସେନା ଦ୍ବାରା ହୋଇଥିବା ବିମାନ ଆକ୍ରମଣ ସମ୍ପର୍କ‌‌ରେ ଭାରତ ୧୨ ଟି ରାଷ୍ଟ୍ରକୁ ଅବଗତ କରାଇଛି। ଜେଇଏମ୍‌ ଶିବିରଗୁଡ଼ିକ ଉପରେ ଆଜି କିଭଳି ଆକ୍ରମଣ ହୋଇଥିଲା ଏବଂ ଏହି ଆକ୍ରମଣରେ ଜଣେ ବି ସାଧାରଣ ଲୋକଙ୍କୁ କିଭଳି କ୍ଷତି ପହଞ୍ଚି ନାହିଁ ସେ ବାବଦ ତଥ୍ୟ ଭାରତ ପ୍ରଦାନ କରିଛି। ଆମେରିକା, ବ୍ରିଟେନ୍‌, ରୁଷ୍‌, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ତୁର୍କୀ ଏବଂ ୬ଟି ଏସିଆନ ରାଷ୍ଟ୍ରର କୂଟନୀତିଜ୍ଞଙ୍କ ସହ ଆଜି ବିଦେଶ ସଚିବ ବିଜୟ ଗୋଖେଲ ଏକ ବୈଠକ କରି ଏ ବାବଦ ତଥ୍ୟ ଅବଗତ କରାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆଜି ବିମାନ ଆକ୍ରମଣ ବାବଦରେ ଅନ୍ୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏହି ଲଢ଼େଇ ପାକିସ୍ତାନ ସହ ନଥିଲା, ବରଂ ଏହି ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀ ସଂଗଠନ ବିରୋଧ‌ରେ ଥିଲା।

ନୂଆଦିଲ୍ଲୀ : ଆଜିକୁ ୧୩ ଦିନ ତଳେ ଗତ ୧୪ ତାରିଖରେ ୪୧ ଯବାନଙ୍କୁ ହରାଇ ଦେଇ ଭାରତ ଶୋକଗ୍ରସ୍ତ ହୋଇପଡ଼ିଥିଲା କିନ୍ତୁ ଆଜି ଭାରତୀୟ ବାୟୁସେନା ଦ୍ବାରା ବାଲ୍‌କୋଟ୍‌ରେ ହୋଇଥିବା ବିମାନ ଆକ୍ରମଣରେ ୩୫୦ ଆତଙ୍କବାଦୀ ନିପାତ ହେବାପରେ ସାରା ଦେଶ ଏବେ ଉତ୍ସବମୁଖର ହୋଇପଡ଼ିଛି। ଦେଶର କୋଣ ଅନୁକୋଣରେ ଏବେ ଲୋକେ ବାଣ ଫୁଟାଇ ଉତ୍ସବ ମନାଉଛନ୍ତି। ୪୦ ଯବାନଙ୍କୁ ହରାଇବାପରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଯେଉଁ ଦୁଃଖ ଏବଂ କ୍ରୋଧର ନିଆଁ ଜଳୁଥିଲା ତାହା ଆଜିର ପ୍ରତିଶୋଧ କାର୍ଯ୍ୟାନୁଷ୍ଠାନ ପରେ ଥଣ୍ଡା ପଡ଼ିଛି। ଏବେ ବିଭିନ୍ନ ସ୍ଥାନରେ ଲୋକେ ରଂଗ ଖେଳି, ବାଣ ଫୁଟାଇ ଉତ୍ସବ ମନାଉଛନ୍ତି।

ସମ୍ବନ୍ଧିତ ଖବର