କ୍ବିଟୋ: ଉତ୍ତର ପେରୁ ଓ ଇକ୍ବାଡର ଉପକୂଳରେ ଶନିବାର ମଧ୍ୟାହ୍ନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ରିଚଟର ସ୍କେଲରେ ଏହି ଭୂକମ୍ପର ମାତ୍ରା ୬.୮ ମାଗନିଟ୍ୟୁଡ ବୋଲି ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା ପ୍ରକାଶ କରିଛି।

Advertisment

ଏହାର ଗଭୀରତା ୬୬.୪ କିମି ବୋଲି କୁହାଯାଇଛି। ଅନେକ ଘର, ସ୍କୁଲ ଓ ମେଡିକାଲ ଭୁଷୁଡିପଡ଼ିଛି। ତେବେ ଘଟଣାସ୍ଥଳକୁ ଏମର୍ଜେନ୍ସି ଟିମକୁ ପଠାଯାଇଥିବାବେଳେ ଗୁରୁତରମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଇକ୍ବାଡରର ରାଷ୍ଟ୍ରପତି ଗୁଲେ‌ରମୋ ଲାସନ ଟ୍ବିଟ କରି କହିଛନ୍ତି।