ମେକ୍ସିକୋ: ଉତ୍ତର ଆମେରିକାର ମେକ୍ସିକୋରେ ପୁଣି ହିଂସା ଦେଖାଦେଇଛି। ରବିବାର ଏକ ବାର୍‌ରେ ଆତତାୟୀମାନେ ଗୁଳି କରିବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋର ଗୁଆନାଜୁଆଟୋ ରାଜ୍ୟର ଇରାପୁଆଟୋ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ଚଳିତ ମାସରେ ମେକ୍ସିକୋରେ ଏହା ଦ୍ବିତୀୟ ହିଂସା। ମୃତକଙ୍କ ମଧ୍ୟରେ ୩ ମହିଳା ଓ ୩ ପୁରୁଷ ଅଛନ୍ତି। ଏଥି ସହିତ ୩ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଯୋଗ୍ୟ ଯେ, ଗୁଆନଜୁଆଟୋ କାର ନିର୍ମାଣ କରିବାର ଏକ ହବ। ଏଠାରେ ବିଭିନ୍ନ କାର୍‌ ନିର୍ମାଣ କରାଯାଏ। ତେବେ କେତେକ ନିଶା ମାଫିଆଙ୍କ ଦ୍ବାରା କିଛି ବର୍ଷ ହେଲା ଏଠାରେ ଏଭଳି ହିଂସାତ୍ମକ କାର୍ଯ୍ୟ ଚାଲିଛି। ତେବେ କେଉଁ କାରଣରୁ ଏଭଳି ଗୁଳି ମାଡ ହୋଇଛି ତାହାର କାରଣ ଜଣାପଡ଼ିନାହିଁ। ଘଟଣା ଘଟିବା ପରେ ସେଠାରେ ଉପସ୍ଥିତ ନିରାପତ୍ତା ଅଧିକାରୀମାନେ ଆତତାୟୀମାନଙ୍କୁ ଧରିବାକୁ ଉଦ୍ୟମ ଅବ୍ୟାହତ ରଖିଥିବା ସେଠାକାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତ ୬ ତାରିଖରେ ସାନ ମିଜେଲ ଟୋଟଲାପାନ ସହରରେ ଆତତାୟୀମାନେ ଗୁଳି କରିବାରୁ ପ୍ରାୟ ୧୮ ଜଣଙ୍କ ପ୍ରାଣ ଯାଇଥିଲା।