ବଡ଼ଦିନ ପ୍ରାର୍ଥନା ସଭାରେ ଆକ୍ରମଣ: ୧୨ ଆହତ

କୋହ୍ଲାପୁର,: ମହାରାଷ୍ଟ୍ରର କୋହ୍ଲାପୁର‌ ଜିଲ୍ଲା ଅନ୍ତର୍ଗତ କୋଆଡ଼ ଗ୍ରାମରେ ଆଜି ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ପ୍ରାର୍ଥନା ସଭା ଚାଲିଥିବା ବେଳେ ୧୦ରୁ ୧୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା ଓ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗ୍ରାମରେ ଭୀମ୍‌ସେନ୍‌ ଚୌହାନ୍‌ଙ୍କ ଘରେ ବଡ଼ଦିନ ପ୍ରାର୍ଥନା ସଭା ଚାଲିଥିବା ବେଳେ ଦୁର୍ବୃତ୍ତମାନେ ୭ଟି ମୋଟରସାଇକେଲ୍‌ରେ ଆସି ଏଭଳି ଆକ୍ରମଣ କରିଛନ୍ତି।

ସମ୍ବନ୍ଧିତ ଖବର