ଆସାମ ବନ୍ୟା ସ୍ଥିତି ଉଦବେଗଜନକ: ପୁଣି ୧୨ଜଣଙ୍କ ଜୀବନ ଗଲା

ମୃତ୍ୟୁ ସଂଖ୍ୟା ୧୫୧ ଛୁଇଁଲା, ୩୧.୫୪ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ବୁଧବାର ପୁଣି ୧୨ଜଣଙ୍କ ଜୀବନ ଯାଇଛି। ଚାଚାର ଓ ଚିରାଗ ଜିଲ୍ଲାରେ ୨ଜଣ ଲେଖାଏଁ ହୋଇ ବାରପେଟା, ବିଶ୍ବନାଥ, ଡାରଙ୍ଗ, ଧେମଜି, ଗୋଲଘାଟ, କାମରୂପ ମେଟ୍ରୋପଲିଟାନ, ଲକ୍ଷ୍ମୀପୁର ଏବଂ ନାଗାଓଁରେ ଜଣେ ଲେଖାଏଁ ମରିଛନ୍ତି। ପୁରା ୨୬ ଜିଲ୍ଲା ପ୍ରଭାବିତ ହୋଇଛି। ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

କ୍ରମାଗତ ଦ୍ୱିତୀୟ ଦିନ ପାଇଁ କାଚର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ରହିଆସିଛି ଏବଂ ପ୍ରାୟ ୧୪.୩୧ ଲକ୍ଷ ଲୋକ ଏହି ବିପର୍ଯ୍ୟୟର ଶିକାର ହୋଇଛନ୍ତି। କେବଳ ସିଲଚରରେ ବନ୍ୟା ପରିସ୍ଥିତି ଅତି କମରେ ୭,୨୫, ୩୦୬ ଲୋକଙ୍କୁ ପ୍ରଭାବିତ କରିଛି। ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସେଠାକାର ପ୍ରଶାସନିକ ସ୍ତରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର