ମେକ୍ସିକୋ : ପଶ୍ଚିମ ମେକ୍ସିକୋର ଏଲ୍ ସାଲ୍ଟୋ ସହରରେ ଗତକାଲି ପୁଲିସ ଏବଂ ବନ୍ଧୁକଧାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି। ଗୋଟିଏ ଘରେ ଅସ୍ତ୍ରଶସ୍ତ୍ର ଲୁଚାଯାଇଥିବା ଖବର ପାଇ ଏଲ୍ ସାଲ୍ଟୋ ପୁଲିସର ଚଢ଼ାଉ ସମୟରେ ଏହି ସଂଘର୍ଷ ହୋଇଥିଲା। ଏଥିରେ ୮ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା କୁହାଯାଇଛି। ମାର୍ଚ୍ଚ ମାସରେ ମେକ୍ସିକୋ ଜାତୀୟ ପ୍ରତିରକ୍ଷା ବିଭାଗ ରାଜ୍ୟର ଅପରାଧିକ କାର୍ଯ୍ୟକଳାପରେ ନିୟନ୍ତ୍ରଣ ଆଣିବା ପାଇଁ ଏକ ସ୍ଵତନ୍ତ୍ର ବାହିନୀ ଗଠନ କରିଥିଥିଲେ।
ମେକ୍ସିକୋରେ ସଂଘର୍ଷ, ୧୨ ମୃତ
/sambad/media/post_attachments/wp-content/uploads/2022/06/mexco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)